ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ…

sr

ବରଗଡ଼ : ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ। ବରଗଡ଼ରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବରଗଡ଼ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସ୍କ୍ରବ ଟାଇଫସ ଅନୁଧ୍ୟାନ ପାଇଁ ବରଗଡ଼ ରେ କେନ୍ଦ୍ରିୟ ଟିମ୍ । ୪ ଜଣିଆ କେନ୍ଦ୍ରିୟ ଟିମ୍ ବରଗଡ଼ରେ ପହଞ୍ଚି ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରୁଛନ୍ତି । ସ୍କ୍ରବ ଟାଇଫସର କାରଣ ଏବଂ ନିରାକରଣ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହିତ ହେବ ଆଲୋଚନା ହୋଇଛି। ବରଗଡ଼ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦୯୫ ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ୬୪ ଜଣ ପୋଜିଟିପ ଚିହ୍ନଟ ହୋଇଛନ୍ତି ।

ad-week
Leave A Reply

Your email address will not be published.