ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଖଲିସ୍ତାନୀ ଉଗ୍ରବାଦୀଙ୍କ ବ୍ୟବହାର ବିଶୃଙ୍ଖଳିତ ଆଚରଣ କହିଲା ଗ୍ଲାସଗୋ ଗୁରୁଦ୍ୱାର…

re

ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତ(ହାଇକମିଶନର)ଙ୍କୁ ଶୀଖ୍ ଉଗ୍ରବାଦୀଙ୍କ ଅସମ୍ମାନକୁ ନିନ୍ଦା କଲା ‘ଗୁରୁଦ୍ୱାର ଗୁରୁ ଗ୍ରନ୍ଥ ସାହି ଶିଖ୍ ସଭା’। ବ୍ରିଟେନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀଙ୍କୁ ଶୁକ୍ରବାର କିଛି ଖଲିସ୍ତାନୀ ଉଗ୍ରବାଦୀମାନେ ସ୍କଟଲାଣ୍ଡର ଗ୍ଲାସଗୋରେ ଥିବା ଗୁରୁଦ୍ୱାରକୁ ପ୍ରବେଶ କରାଇ ନଦେବାକୁ ସଭା ବିରୋଧ କରିଛି।

ଏଥିସହ ନିୟମିତ ଆସୁନଥିବା କିଛି ବ୍ୟକ୍ତି ଗୁରୁଦ୍ୱାରର ଶାନ୍ତିଶୃଙ୍ଖଳାକୁ ଭଙ୍ଗ କରୁଛନ୍ତି, ଭାରତୀୟ ଉଚ୍ଚାୟୁକ୍ତଙ୍କ ପ୍ରତି ଏପରି ବ୍ୟବହାର ବିଶୃଙ୍ଖଳିତ ଆଚରଣ ବୋଲି ଗୁରୁଦ୍ୱାର କହିଛି। ‘ଗୁରୁଦ୍ୱାର ଗୁରୁ ଗ୍ରନ୍ଥ ସାହି ଶିଖ୍ ସଭା’ ଏକ ବିବୃତ୍ତିରେ କୁହିଛି ଯେ, ଶିଖ୍ ପୂଜାପାଠର ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାକୁ ବାଧା ଦିଆଯିବାକୁ ଗ୍ଲାସଗୋ ଗୁରୁଦ୍ୱାର ଏଭଳି ବିଶୃଙ୍ଖଳିତ ଆଚରଣକୁ ଦୃଢ ନିନ୍ଦା କରିଛି। ଗ୍ଲାସଗୋ ଅଞ୍ଚଳ ବାହାରେ ଥିବା କିଛି ଅଜଣା ବ୍ୟକ୍ତି ଦୋରାଇସ୍ୱାମୀଙ୍କ ଗୁରୁଦ୍ୱାର ପ୍ରବେଶରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହିପରି କିଛି ବ୍ୟକ୍ତି ଗୁରୁଦ୍ୱାରର ଶାନ୍ତିଶୃଙ୍ଖଳାକୁ ଭଙ୍ଗ କରୁଛନ୍ତି।

ଶୁକ୍ରବାର ବ୍ରିଟେନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀ ସ୍କଟଲାଣ୍ଡରେ ଥିବା ଗ୍ଲାସଗୋ ଗୁରୁଦ୍ୱାରକୁ ଯାଇଥିଲେ। ଏହିସମୟରେ କିଛି ଖଲିସ୍ତାନୀ ଉଗ୍ରବାଦୀ ତାଙ୍କ ପଥ ଅବରୋଧ କରିବା ସହ ଯିବାକୁ ଦେଇନଥିଲେ। ଫଳରେ ଦୋରାଇସ୍ୱାମୀ ସେମାନଙ୍କ ସହ କୌଣସି ଯୁକ୍ତିତର୍କ ନ କରି ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସେଠାରୁ ପଳାଇ ଆସିଥିଲେ। କିନ୍ତୁ ଏହି ଭିଡିଓ ଭାଇରାଲ୍ ହେବା ପରେ ଖଲିସ୍ତାନୀଙ୍କର ଭାରତୀୟଙ୍କ ପ୍ରତି ଏପରି ବ୍ୟବହାରକୁ କଡା ସମାଲୋଚନା କରାଯାଉଛି।

କାନାଡାରେ ଖଲିସ୍ତାନୀ ନେତା ହରଦୀପ ସିହଂ ନିଜ୍ଜାର ହତ୍ୟା ମାମଲାକୁ ନେଇ ଏପରି ବ୍ୟବହାର କରାଯାଇଥିବା କୁହାଯାଉଛି। କାରଣ ନିଜ୍ଜାର ହତ୍ୟାରେ କାନାଡା ଭାରତକୁ ବାରମ୍ୱାର ଦୋଷାରୋପ କରିଆସୁଛି। କିନ୍ତୁ ଭାରତ ଏହାକୁ ଖଣ୍ଡନ କରିବା ସତ୍ତ୍ୱେ ଖଲିସ୍ତାନୀ ଉଗ୍ରବାଦୀମାନେ ବ୍ରିଟେନରେ ଦୋରାଇସ୍ୱାମୀଙ୍କୁ ଏପରି ବ୍ୟବହାର କରିଛନ୍ତି।

ad-week
Leave A Reply

Your email address will not be published.