ବିଶାଳ ‘ସ୍ବଚ୍ଛତା ଅଭିଯାନ’ରେ ସକ୍ରିୟ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

add-all

rkek

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଆଜି ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଘଣ୍ଟିକିଆ ‘ସ୍ବଚ୍ଛତା ଅଭିଯାନ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି।

‘ଫିଟ୍‌ନେସ୍‌ ଇନ୍‌ଫ୍ଲୁଏନ୍‌ସର୍‌’ ଅଙ୍କିତ ବୈୟାନପୁରିୟାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଜି ଏହି ଅଭିଯାନରେ ଅଂଶ ଗ୍ରହଣ କରିଥିଲେ। ଏହି ସଫେଇ ସମୟର ଭିଡିଓ ଅଫିସିଆଲ୍‌ ‘ଏକ୍ସ୍‌’ ଆକାଉଣ୍ଟ୍‌ରେ ସେୟାର୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଜି ସମଗ୍ର ଦେଶ ସ୍ବଚ୍ଛତା ଉପରେ ଧ୍ୟାନ ଦେଇଥିବା ବ‌େଳେ, ଅଙ୍କିତ ବୈୟାନପୁରିୟାଙ୍କ ଓ ମୁଁ ମଧ୍ୟ ସେହି କାର୍ଯ୍ୟ କଲୁ! ସ୍ବଚ୍ଛତା ସହିତ ଆମେ ‘ଫିଟ୍‌ନେସ୍‌’ ଓ ‘ସୁସ୍ଥତା’ର ସମିଶ୍ରଣ କରିପକାଇଲୁ। ଏହା ହେଉଛି ସ୍ବଚ୍ଛ ଓ ସ୍ବସ୍ଥ ଭାରତର ଆବେଗଭରା ପରିବେଶ।

ଉଲ୍ଲେଖ‌ଯୋଗ୍ୟ, ସେପ୍ଟେମ୍ବର ମାସ ଶେଷ ରବିବାର ଦିନ ପ୍ରସାରିତ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ନିବେଦନ କରି କହିଥିଲେ କି, ଅକ୍ଟୋବର ପହିଲା ଦିନ ସମସ୍ତ ନାଗରିକ ସ୍ବଚ୍ଛତା ପାଇଁ ଘଣ୍ଟାଏ ଶ୍ରମଦାନ କରନ୍ତୁ। ଗାନ୍ଧୀଜୀଙ୍କ ଜନ୍ମବାର୍ଷିକୀ ଅବ୍ୟବହିତ ପୂର୍ବରୁ ଏହା ହେବ ତାଙ୍କ ପ୍ରତି ସ୍ବଚ୍ଛାଞ୍ଜଳି।

ତେଣୁ, ଏହି ବିଶାଳ ଘଣ୍ଟିକିଆ ସ୍ବଚ୍ଛତା ଅଭିଯାନ ନିମନ୍ତେ ରେଳଧାରଣା, ଷ୍ଟେସନ୍‌, ବିମାନ ବନ୍ଦର, ଜଳାଶୟ, ଘାଟ, ବସ୍ତି, ବଜାର, ଉପାସନାସ୍ଥଳୀ, ପର୍ଯ୍ୟଟନସ୍ଥଳୀ ଆଦି ଦେଶର ୬.୪ ଲକ୍ଷରୁ ଅଧିକ ସ୍ଥାନ ନିରୂପଣ କରାଯାଇଥିଲା। ଏହି ସ୍ଥାନ ସବୁକୁ ପରିଷ୍କାର ପରିଚ୍ଛନ୍ନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ। ଦେଶର ନାଗରିକମାନଙ୍କଦ୍ବାରା ପରିଚାଳିତ ଏହି ବିଶାଳ ସଫେଇ ଅଭିଯାନରେ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ, ସାଂସଦ, କେତେକ ମୁଖ୍ୟମନ୍ତ୍ରୀ, ମେୟର୍‌, ସରପଞ୍ଚ ଓ ରାଜନେତାମାନେ ଭାଗ ନେଇଛନ୍ତି।

ad-week
Leave A Reply

Your email address will not be published.