ରାହୁଲ ତୁମ ବାପା-ମା ହିନ୍ଦୁ….ବିବାଦୀୟ ବୟାନ ଦେଲେ ବିଜେପି ନେତା…

add-all

rekk

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ହିନ୍ଦୁତ୍ୱକୁ ନେଇ ସୋସିଆଲ ମିଡିଆରେ ସତ୍ୟମ ଶିବମ ସୁନ୍ଦରମ ନାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହିନ୍ଦୁ ଧର୍ମର ମହନୀୟତା ବିଷୟରେ ଉଲ୍ଲେଖ କରିଥିଲେ। ତେବେ ରାହୁଲଙ୍କ ଏହି ପୋଷ୍ଟ ପରେ ବିଜେପି ନେତା ମନଜିନ୍ଦର ସିଂ ସିର୍ସା ଏନେଇ ପ୍ରଶ୍ନ ଉଠାଇଛନ୍ତି। ରାହୁଲଙ୍କ ବିରୁଦ୍ଧରେ ବିବାଦୀୟ ବୟାନରେ ସେ କହିଛନ୍ତି, “ତୁମ ମାଆ କିମ୍ବା ବାପାଙ୍କ ପକ୍ଷରୁ, ତୁମର ଧର୍ମ ହିନ୍ଦୁ କି।” ସିର୍ସା କହିଛନ୍ତି, “ରାହୁଲ ଗାନ୍ଧୀଙ୍କର ହଠାତ୍ ହିନ୍ଦୁ ଧର୍ମ କଥା ମନେପଡୁଛି |

ଯେତେବେଳେ ନିର୍ବାଚନ ପାଖେଇ ଆସେ, ସେତେବେଳେ ରାହୁଲ ଗାନ୍ଧୀ ନୂଆ ଡ୍ରାମା ଏବଂ ବିବୃତ୍ତି ଦେବା ଆରମ୍ଭ କରିଦିଅନ୍ତି | ୧୦ ବର୍ଷ ଧରି ଯେତେବେଳେ ତୁମର ସରକାର ଥିଲା ଯେଉଁଥିରେ ତୁମେ ସବୁକିଛି ଥିଲ। ତୁମେ ପ୍ରଥମେ ତ ହିନ୍ଦୁ ଧର୍ମକୁ ମନେ ପକାଉନଥିଲ । କ୍ଷମତାକୁ ଆସିବା ପାଇଁ ତୁମେ ଲୋକଙ୍କୁ ବିଭାଜନ କରିବା ପାଇଁ କାର୍ଯ୍ୟ କର।” ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ମଞ୍ଜିନ୍ଦର ସିଂ କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି ଯିଏ ସମସ୍ତଙ୍କୁ ସାଙ୍ଗରେ ନେବା ବିଷୟରେ କହୁଛନ୍ତି ଏବଂ ଅନ୍ୟ ପଟେ ରକ୍ତରେ ହୋଲି ଖେଳୁଥିବା ଲୋକମାନେ ଭାଇଚାରା ବିଷୟରେ କହୁଛନ୍ତି।

ad-week
Leave A Reply

Your email address will not be published.