ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର…

add-all

cry

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ରିପ୍ଟୋ ପଞ୍ଜି ସ୍କାମର ୨ ମାଷ୍ଟର ମାଇଣ୍ଡ ନିରୋଦ ଦାସ ଓ ରତ୍ନାକର ପଲାଇଙ୍କ ଜାମିନ ଆବେଦନ ନାମଞ୍ଜୁର। ଉଭୟଙ୍କର ଜାମିନ ଆବେଦନ ନାମଞ୍ଜୁର କଲେ କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ। କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣାରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)ଗିରଫ କରିଥିଲା।

ସୂଚନା ଥାଉକି, ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାସର ଅତି ନିକଟତର ଥିଲା ରତ୍ନାକର ପଲାଇ। ଉକ୍ତ ସଂସ୍ଥାର ସୋସିଆଲ ହେଡ୍ ଭାବେ କାର୍ଯ୍ୟରତ ଥିଲା ରତ୍ନାକର। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାସ ପୂର୍ବରୁ ଗିରଫ ହୋଇଥିଲେ। ଘଟଣାର ଖୋଳତାଡ଼ ବେଳେ ଇଓଡବ୍ଲୁ ରତ୍ନାକର ପଲାଇଙ୍କୁ ଏସଟିଏ କ୍ରିପ୍ଟୋ ପଞ୍ଜି ସ୍କାମରେ ଭୁବନେଶ୍ୱରରୁ ଗିରଫ କରିଥିଲା। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାବେ ରତ୍ନାକର ପରିଚିତ ଥିଲା। ତେବେ ସେ ୟୁଟ୍ୟୁବ ଚ୍ୟାନେଲ୍ ଖୋଲି କ୍ରିପ୍ଟୋ ଚିଟ୍‌ଫଣ୍ଡର ପ୍ରଚାର କରୁଥିଲା। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ସମସ୍ତ ଘଟଣାର ପରଦା ଫାସ କରିଛି।

ad-week
Leave A Reply

Your email address will not be published.