ବ୍ରିଟିସ୍‌ ରାଜ ପରିବାର ୱେବ୍‌ସାଇଟ୍‌ ଉପରେ ରୁଷୀୟ ସାଇବର୍‌ ଆକ୍ରମଣ…

add-all

rv

ଲଣ୍ଡନ୍‌: ରବିବାର ଦିନ ବ୍ରିଟିସ୍‌ ରାଜ ପରିବାରର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଉପରେ ଦଳେ ରୁଷୀୟ ‘ହ୍ୟାକର୍‌’ ଆକ୍ରମଣ କରିଥିବା ଖବର ଅନ୍‌ଲାଇନ୍‌ରେ ପ୍ରସାରିତ ହେଉଥିବା କଥା ‘ସ୍କାଏ ନିଉଜ୍‌’ ରିପୋର୍ଟ କରିଛନ୍ତି। ଏଥିଯୋଗୁଁ ଉକ୍ତ ୱେବ୍‌ସାଇଟ୍‌ ‘ଡାଉନ୍‌’ ରହିଲା ଓ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ‘ଆକ୍ସେସ୍‌’ କରାଯାଇ ପାରିଲା ନାହିଁ।

‘କିଲ୍‌ନେଟ୍‌’ ନାମରେ ରୁଷୀୟ ‘ହ୍ୟାକର୍‌ ଗ୍ରୁପ୍‌’ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପୂର୍ବାହ୍ନ ୧୦.୨୩ରେ ‘ଟେଲିଗ୍ରାମ୍‌’ ପୋଷ୍ଟ୍‌ରେ ‘କିଲ୍‌ନେଟ୍‌’ ହ୍ୟାକର୍‌ ଗ୍ରୁପ୍‌ର ଜଣେ ସଦସ୍ୟ କହିଥିଲେ ଯେ, ସେମାନେ ବ୍ରିଟିସ୍‌ ରାଜପରିବାରର ‘ୱେବ୍‌ସାଇଟ୍‌’ ହ୍ୟାକିଙ୍ଗ୍‌ କରିବାରେ ସଫଳ ହୋଇଛନ୍ତି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ୟୁକ୍ରେନ୍‌ର ସ୍ବାର୍ଥକୁ ସମର୍ଥନ କରୁଥିବା ଦେଶମାନଙ୍କୁ ଅତୀତରେ ଏହି ‘ହ୍ୟାକର୍‌ ଗ୍ରୁପ୍‌’ ଟାର୍ଗେଟ୍‌ କରିଥିଲା।

ତେଣୁ, ‘ରୟାଲ୍‌ ଡଟ୍‌ ୟୁକେ’ ୱେବ୍‌ସାଇଟ୍‌ ଖୋଲିବାକୁ ଆଗ୍ରହୀ ବ୍ୟବହାରକାରୀଙ୍କ ଉପରେ ସମ୍ପ୍ରତି ଅଧିକ ଯାଞ୍ଚ କରାଯାଉଛି ଓ ତା’ପରେ ସେମାନଙ୍କୁ ‘ଆକ୍‌ସେସ୍‌’ କରିବାକୁ ଅନୁମତି ମିଳୁଛି। କିନ୍ତୁ, ଏହି ସାଇବର୍‌ ଆକ୍ରମଣ ବିଷୟରେ ଏପର୍ଯ୍ୟନ୍ତ ବକିଙ୍ଗ୍‌ହାମ୍‌ ରାଜପ୍ରାସଦ କୌଣସି ଔପଚାରିକ ବିବୃତି ଜାରି କରିନାହିଁ। ରବିବାର ମଧ୍ୟାହ୍ନ ବେଳକୁ ରାଜ ପରିବାରର ୱେବ୍‌ସାଇଟ୍‌ ପୁଣି ‘ଆକ୍‌ସେସିବଲ୍‌’ ହେଲା। ୱେବ୍‌ସାଇଟ୍‌ ହ୍ୟାକ୍‌ ସମ୍ବାଦ ସତ୍ୟ ବୋଲି ବ୍ରିଟିସ୍‌ ରାଜପରିବାରର ନିକଟତମ ସୂତ୍ରରୁ ସୁନିଶ୍ଚିତ କରାଯାଇଛି।

ad-week
Leave A Reply

Your email address will not be published.