କ୍ୟାଟଲିନ କ୍ୟାରିକୋ, ଡ୍ରିଉ ଓ୍ବିଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ…

add-all

ddw

ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ଆବିଷ୍କାର କୋଭିଡ୍-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟୀକା ବିକଶିତ କରିବାରେ ସକ୍ଷମ ହୋଇଛି। ଏମଆରଏନଏ ଟୀକା ମଧ୍ୟମରେ ବିଶ୍ବରେ କୋଭିଡ୍ ମହାମାରୀକୁ ହରାଇବାରେ ସହାୟତା ମିଳିଥିଲା ।

କାଟାଲିନ ଜଣେ ହଙ୍ଗେରୀ ବଂଶୋଦ୍ଭବ ଆମେରିକୀୟ ବାୟୋକେମିଷ୍ଟ ହୋଇଥିବାବେଳେ ଡ୍ରିଉ ଜଣେ ଆମେରିକୀୟ ଜୈବ ବିଜ୍ଞାନୀ । ଆରଏନଏ ବାୟୋଲୋଜୀ କ୍ଷେତ୍ରରେ ନିଜର ଗବେଷଣା ପାଇଁ ଡ୍ରିଉ ପ୍ରସିଦ୍ଧ । ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ବାରା ଫାଇଜର ଓ ମଡର୍ଣ୍ଣା ଟୀକା ବିକଶିତ ହୋଇଥିଲା ।

ବିଗତ ୧୨ ମାସ ମଧ୍ୟରେ ମାନବିକତାର ଉନ୍ନତି ପାଇଁ ଶ୍ରେଷ୍ଠ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଔଷଧ, ସାହିତ୍ୟ ଓ ଶାନ୍ତି ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସ୍ୱିଡେନର ବ୍ୟବସାୟୀ ତଥା ଡାଇନାମାଇଟ୍ ଉଦ୍ଭାବକ ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆଲଫ୍ରେଡ୍ ନୋବେଲ ତାଙ୍କର ଅଧିକାଂଶ ରୋଜଗାର ଏହି ପୁରସ୍କାର ପାଇଁ ପାଣ୍ଠି ଯୋଗାଡ କରିବାକୁ ଛାଡି ଦେଇଥିଲେ । ୧୯୦୧ ମସିହାରେ ପ୍ରଥମ ଥର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୬୮ମସିହାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ସ୍ୱିଡେନ୍ ଅର୍ଥନୈତିକ ବିଜ୍ଞାନର ଆଉ ଏକ ଶ୍ରେଣୀ ଯୋଡ଼ିଥିଲା।

ad-week
Leave A Reply

Your email address will not be published.