କନ୍ଧମାଳର ରକ୍ତର ବନ୍ଧୁ ସାଜିଛନ୍ତି ଭି. ଲୋକନାଥ ରାଜୁ…

ଫୁଲବାଣୀ : ଫୁଲବାଣୀ ରେ ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି l ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଦୀର୍ଘ 14 ବର୍ଷର ସେବା, 41 ଥର ବିରଳ ରକ୍ତ ବର୍ଗ O-Neg ରକ୍ତଦାନ ପାଇଁ, କନ୍ଧମାଳର ବିଭିନ୍ନ ଗ୍ରାମରୁ ଆସୁଥିବା ରୋଗୀଙ୍କୁ ରକ୍ତ ଯୋଗାଡ଼ କରିବା ଏବଂ 18 ବର୍ଷ ରୁ ଉର୍ଦ୍ଧ ଯୁବକ ଓ ଯୁବତୀକୁ ରକ୍ତଦାନ କରିଲେ ଉପକାରିତା କଣ ଓ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହନ କରିବା ।ଫୁଲବାଣୀରେ ଯେଉଁ କୌଣସି ସମୟରେ ରକ୍ତ ର ଅଭାବ ପଡିଲେ ରାଜୁ ଙ୍କୁ ଖୋଜାପଡେ ଏହି ସ୍ବେଛାକୃତ ରକ୍ତଦାନ ଦିବସରେ ରକ୍ତର ବନ୍ଧୁ ଭି. ଲୋକନାଥ ରାଜୁଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ରକ୍ତଭଣ୍ଡାର ପକ୍ଷରୁ ସଂମ୍ମାନିତ କରାଯାଇଛି l ଆଜି ଏହି ଅବସରରେ ଫୁଲବାଣୀର ରକ୍ତ ଭଣ୍ଡାର ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭାତ କୁମାର ସାହୁ ଅନ୍ୟତମ ଅତିଥି ଫୁଲବାଣୀର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ପ୍ରଧାନ, ରେଡ଼କ୍ରସ ଦାଇତ୍ୱରେ ଥିବା ଅଧ୍ୟାପକ ସୁକାନ୍ତ କୁମାର ବେହେରା, ଫୁଲବାଣୀର ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠୀ, ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ରକ୍ତ ଭଣ୍ଡାରର ଅଧିକାରୀ ଡାକ୍ତର ଜୟଦୀପ ଘୋଷ ସମସ୍ତ ସଂଗଠନକୁ ରକ୍ତଦାନ ଶିବିରରେ କେମିତି ଅଧିକରୁ ଅଧିକ ଲୋକ ଦେଇ ପାରିବେ ରକ୍ତଦାନ ଶିବିର କେମିତି ପ୍ରତ୍ୟେକ ତିନି ମାସରେ ଥରେ ରକ୍ତଦାନ କରିବେ, ରକ୍ତ ଉପରେ କିଛି ଉପଦେଶ ଦେଇଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ l ଏହି ସ୍ଵେଛାକୃତ ରକ୍ତଦାନ ଦିବସରେ ଛାତ୍ର ବିଜୁ ଜନତା ଦଳର ସଭାପତି ସୁନୀଲ ସେଠୀ, ଫୁଲବାଣୀ ରକ୍ତଦାନ ସମିତିର ଆଜୀବନ ସଦସ୍ୟ ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ମୋନଜ କୁମାର ଚୌଧୁରୀ, ଉମେଶ ପ୍ରସାଦ ପାତ୍ର,ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ କନ୍ଧମାଳର ଜଣାଶୁଣା ସ୍ବେଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ ଫୁଲବାଣୀ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ l ଏବଂ ରକ୍ତ ଭଣ୍ଡାର ର କର୍ମଚାରୀ ଦୀନକୃଷ୍ଣ ମହନ୍ତ, ପ୍ରଶାନ୍ତ କୁମାର ରତ୍ନାଲୁ, ସାକେତରାଣୀ ନାୟକ, ଅର୍ଚ୍ଚନା ନାୟକ, ବରୁଣ ବେହେରା, ସଞ୍ଜୁକ୍ତ ଦଳଛତ୍ର ପ୍ରମୁଖ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.