ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ…

add-all

bis

ବାଲିଗୁଡା: ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ପୋଡି ନଷ୍ଟ ହୋଇଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ ଘଟିଛି ଏହି ଅଘଟଣ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳେ ବାଲିଗୁଡ଼ା ପଟ୍ଟଖଣ୍ଡା ସାହିରେ ଥିବା ମା ପାଟ୍ଟଖଣ୍ଡା ବିସ୍କୁଟ ଗୋଦମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବିସ୍କୁଟ ଚକୋଲେଟ ସ୍ନାସ୍କ ସାମଗ୍ରୀ ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛି ଅଗ୍ନିଶମ ବାହିନୀ । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋଦାମରେ ଭେଣ୍ଟିଲେସନ୍ ନଥିବାରୁ ନିଆଁ ଲିଭା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସେପଟେ ଗୋଦାମ ମାଲିକ ଅନନ୍ତ କୁମାର ଦାସଙ୍କ କହିବା ଅନୁସାରେ, ଆଜି ସକାଳେ ଯେତେବେଳେ ଝାଡ଼ୁଦାର କାମ କରୁଥିଲା ସେତେବଳେ ଗୋଦମରେ ନିଆଁ ଲାଗିଥିବା ମୋତେ ଜଣାଇଥିଲା । ମୁଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲି । ସେମାନେ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି ।

ad-week
Leave A Reply

Your email address will not be published.