
ଗିରଫ ହେଲେ ବିକାଶ ପାଲ। ଗତ ଶନିବାର ଦିନ ରାଜ ମହଲ ଛକରେ ଦୀନବନ୍ଧୁ ବରାଲ ନାମକ ଯୁବକକୁ ହିଟ ଆଣ୍ଡ ରନ ରେ ଗାଡି ଚପାଇ ଦେଇଥିଲେ। ଶନିବାର ଦିନ କ୍ୟାପିଟାଲ ଥାନାର ରାଜମହଲ ଛକ ଠାରେ ଶୋଇଥିବା ଅବସ୍ଥାରେ ଶ୍ରମିକ ଦୀନବନ୍ଧୁ ବାରାଲଙ୍କୁ ଚାପି ଦେଇ ପଳାଇଥିଲେ ବିକାଶ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ଚାରିଦିନ ପରେ ତାଙ୍କୁ ଆଜି ଗିରଫ କରାଯାଇଛି ।
ରାଜଧାନୀରେ ହିଟ ଆଣ୍ଡ ରନ୍ । ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡି ଯାଇଥିଲା କାର। ଗତ ୩0 ତାରିଖରେ ଘଟି ଥିଲା ଏଭଳି ଘଟଣା । ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରା ଯାଇଥିଲା ।