ରାମସେତୁକୁ ଜାତୀୟ ସ୍ମାରକୀ ଭାବେ ମାନ୍ୟତା ଦେବାକୁ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ…

add-all

setu

ନୂଆଦିଲ୍ଲୀ: ରାମସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଏବଂ ସେହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପମ୍ବାନ୍‌ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମନ୍ନାର ଦ୍ୱୀପ ମଧ୍ୟରେ ଚୂନପଥର ପଥରର ଏକ ଶୃଙ୍ଖଳା ହେଉଛି ‘ରାମସେତୁ’।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏହି ଆବେଦନର ଶୁଣାଣି ହୋଇଥିଲା। ‘ହିନ୍ଦୁ ପର୍ସନାଲ ଲ’ ବୋର୍ଡର ସଭାପତି ଅଶୋକ ପାଣ୍ଡେଙ୍କ ଜରିଆରେ ଏକ ସଂଗଠନ ଏହି ପିଟିସନ୍‌ ଦାଖଲ କରିଥିଲା। ଏସଂକ୍ରାନ୍ତରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଏକ ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ନେଇ ପାଣ୍ଡେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ରାମସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସ୍ୱାମୀ ତାଙ୍କ ଆବେଦନରେ ଅନୁରୋଧ କରିଛନ୍ତି।

ପାଣ୍ଡେ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ ଯେ ବୋର୍ଡ ଦ୍ୱାରା ଦାଖଲ କରା ଯାଇଥିବା ଆବେଦନକୁ ସ୍ୱାମୀଙ୍କ ବିଚାରାଧୀନ ପିଟିସନ୍‌ ସହିତ ଟ୍ୟାଗ୍‌ କରାଯାଉ। ହେଲେ, ‘ଯଦି ଏହା ବିଚାରାଧୀନ ଅଛି, ତେବେ ତାହା ବିଚାରାଧୀନ ରହିଛି। ଆପଣ କ’ଣ ଚାହୁଁଛନ୍ତି’ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ? ଏହାର ଉତ୍ତରରେ ଏହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ସେ କରିଥିବା ପ୍ରାର୍ଥନା ବିଷୟରେ ଉଲ୍ଲେଖ କରିବାରୁ ଖଣ୍ଡପୀଠ କହିଥିଲେ, ‘ଦୁଇ ପାର୍ଶ୍ୱରେ ପାଚେରି କିପରି ନିର୍ମାଣ କରାଯାଇପାରିବ?’ ‘ଏହା କ’ଣ ଅଦାଲତ କରିବେ? ଏହା ସରକାରଙ୍କ ପାଇଁ ପ୍ରଶାସନିକ ମାମଲା। ଆମେ କାହିଁକି ଏଥିରେ ପଡ଼ିବୁ’ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।

ଏଥିସହ ବିଚାରାଧୀନ ପିଟିସନ୍‌ ସହ ତାଙ୍କ ଆବେଦନକୁ ଯୋଡ଼ିବାକୁ ଆବେଦନକାରୀଙ୍କ ଅନୁରୋଧକୁ ଖଣ୍ଡପୀଠ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ad-week
Leave A Reply

Your email address will not be published.