କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କଲେ ଅନୁଭବ…

add-all

anu

କଟକ:  ବର୍ଷା-ଅନୁଭବ ବିବାଦ ମାମଲା । କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କଲେ ଅନୁଭବ । ବର୍ଷାଙ୍କ ଦାୟର ଘରୋଇ ହିଂସା ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଆବେଦନ। ସାଂସଦ ଅନୁଭବଙ୍କ ନାଁରେ ଘରୋଇ ହିଂସା ମାମଲା ଦାୟର କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଏହା ରାଜନୈତିକ କ୍ୟାରିଅରକୁ ବିଗାଡିବା ଲାଗି ଉଦ୍ଦିଷ୍ଟ ବୋଲି ଦାୟର ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି।

ବର୍ଷା ମଧ୍ୟ ରାଜନୀତିକ ଅଭିଳାଷ ରଖି ନିର୍ବାଚନ ପର୍ଯ୍ୟନ୍ତ ସମାଜରେ ନିଜକୁ ପୀଡ଼ିତା ଭାବେ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ଅନୁଭବ ପିଟିସନରେ ଦର୍ଶାଇଛନ୍ତି। ଘରୋଇ ହିଂସା ମାମଲାରେ କଟକ ଏସଡ଼ିଜେଏମ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଜି କୋର୍ଟରେ ଉପସ୍ଥିତ ନଥିଲେ ସାଂସଦ ଅନୁଭବ ମହାନ୍ତି। ଆସନ୍ତା ୧୧ ତାରିଖରେ ଏସଡ଼ିଜେଏମ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ad-week
Leave A Reply

Your email address will not be published.