ଭାରତୀୟ ସର୍ଜନ୍ ସଂଘ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ…

add-all

ar

ଚେନ୍ନାଇ: ଖ୍ୟାତନାମା ସଙ୍ଗୀତଜ୍ଞ ଏ ଆର୍‌ ରହମାନଙ୍କ ବିରୋଧରେ ସର୍ଜନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ ଗତ ସପ୍ତାହରେ ଏକ ଅଭିଯୋଗ ଆଣିବା ପରେ ପାଲଟା ଅଭିଯୋଗ ଆଣି ରହମାନଙ୍କ ପକ୍ଷରୁ ଏକ ମାନହାନି ନୋଟିସ୍ ପଠ‌ାଯାଇଛି। ସର୍ଜନ ଆସୋସିଏସନ୍‌ ଅଭିଯୋଗ କରିଥିଲା ଯେ ରହମାନ ଏକ କନସର୍ଟ (ସଂଗୀତ କାର୍ଯ୍ୟକ୍ରମ) ପାଇଁ ସେମାନଙ୍କଠାରୁ ୨୯ ଲକ୍ଷ ଟଙ୍କା ନେଇଥିବା ସତ୍ତ୍ୱେ କନସର୍ଟ ଆୟୋଜନ କରି ନ ଥିଲେ। ହେଲେ, ରହମାନ ଏବେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହ ୧୦ କୋଟି ଟଙ୍କାର ମାନହାନି ନୋଟିସ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବରରେ ଏ ଆର ରେହମାନଙ୍କୁ ତାଙ୍କ ଚେନ୍ନାଇ କନସର୍ଟରେ ଅବ୍ୟବସ୍ଥା ପାଇଁ ସମାଲୋଚନା କରାଯିବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣାର କିଛି ସପ୍ତାହ ପରେ ସେ ଆଉ ଏକ ବିବାଦ ମଧ୍ୟରେ  ଛନ୍ଦି ହୋଇଥିଲେ। ଆସୋସିଏସନ୍‌ ଅଫ୍‌ ସର୍ଜନ୍‌ ଅଫ୍‌ ଇଣ୍ଡିଆ ରହମାନଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଥିଲା ଯେ ସେ ଏକ କନସର୍ଟ ପାଇଁ ୨୯ ଲକ୍ଷ ଟଙ୍କା ପାଇଥିଲେ ବି କନସର୍ଟର ଆୟୋଜନ କରି ନଥିଲେ।

ଏବେ ଏ ଆର ରହମାନଙ୍କ ଓକିଲ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଜବାବ ରଖିଛନ୍ତି। ଏହି ବିବାଦ ଉପରେ ପ୍ରତିକ୍ରିୟା ରଖି ସଙ୍ଗୀତଜ୍ଞଙ୍କ ରହମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବାରୁ ୧୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରଛନ୍ତି।

ଏଥିସହ ଆସୋସିଏସନ୍‌ ଅଫ୍‌ ସର୍ଜନ୍‌ ଅଫ୍‌ ଇଣ୍ଡିଆକୁ ଲିଗାଲ ନୋଟିସ୍‌ ପଠାଇ ୩ ଦିନ ମଧ୍ୟରେ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଛନ୍ତି। ସେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହ ଏଥିରେ ତୃତୀୟ ପକ୍ଷ ସମ୍ପୃକ୍ତ ଥିବା ଉଲ୍ଲେଖ କରିଛନ୍ତି, ଯାହା ବିଷୟରେ ସେ ଅବଗତ ନଥିଲେ ବୋଲି ସ୍ପଷ୍ଟ କରିଛନ୍ତି।

ନୋଟିସରେ ସେ ଏଆର ରହମାନଙ୍କ ପ୍ରତିଷ୍ଠାକୁ ଖରାପ କରିଥିବାରୁ ତାଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ସଂଘକୁ କହିଛନ୍ତି। ଏହାବ୍ୟତୀତ ରହମାନଙ୍କୁ ବଦନାମ କରିବା ପାଇଁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ରହମାନଙ୍କ ଡାକ୍ତର ସଂଘକୁ କହିଛନ୍ତି। ଯଦି ସଂଘ କ୍ଷତିପୂରଣ ପ୍ରଦାନ କରିବାରେ ବିଫଳ ହୁଏ ତେବେ ସଙ୍ଗୀତଜ୍ଞ ଆଇନଗତ ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଚେତାଇ ଦେଇଛନ୍ତି।

ରହମାନଙ୍କ ବିରୋଧରେ ସଂଘର ଅଭିଯୋଗ ଅନୁଯାୟୀ ୨୦୧୮ରେ ସଙ୍ଗୀତଜ୍ଞ ୨୯ ଲକ୍ଷ ଟଙ୍କା ପାଇଥିଲେ।

ad-week
Leave A Reply

Your email address will not be published.