ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କଲେ ଭ୍ଲଦିମିର୍‌ ପୁଟିନ୍‌…

add-all

rr

ନୂଆଦିଲ୍ଲୀ: ଖୁବ୍‌ ଜ୍ଞାନୀ ବ୍ୟକ୍ତି ବୋଲି କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି।

ରୁଷୀୟ ‘ନିଉଜ୍‌ ପ୍ଲାଟ୍‌ଫର୍ମ’ ‘ଆର୍‌.ଟି. ନିଉଜ୍‌’ ସେୟାର୍‌ କରିଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତ କରିଥିବା ଉଲ୍ଲେଖନୀୟ ବିକାଶ ପ୍ରସଙ୍ଗରେ ରାଷ୍ଟ୍ରପତି ପୁଟିନ୍‌ କହୁଥିବା ଶୁଣାଯାଉଛି।

ପୁଟିନ୍‌ କହିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆମର ରାଜନୈତିକ ସମ୍ପର୍କ ଖୁବ୍‌ ଉତ୍ତମ। ସେ ଖୁବ୍‌ ବିଜ୍ଞ ବ୍ୟକ୍ତି। ତାଙ୍କ ନେତୃତ୍ବରେ ଭାରତ ବିକାଶ କ୍ଷେତ୍ରରେ ଭଲ ଅଗ୍ରଗତି କରୁଛି। କାର୍ଯ୍ୟ କରିବା ପାଇଁ ଏଭଳି ‘ଆଜେଣ୍ଡା’ ଉଭୟ ଭାରତ ଓ ରୁଷ୍‌ ପାଇଁ ଅନୁକୂଳ ହୋଇପାରିଛି।

ଭାରତରେ ଆୟୋଜିତ ‘ଜି୨୦ ଶିଖର ସମ୍ମିଳନୀ’ରେ ଦିଲ୍ଲୀ ଘୋଷଣାନାମା ଗୃହୀତ ହେବା ପରେ ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଭଳି ପ୍ରଶଂସା କରିଛନ୍ତି। ଏହି ଘୋଷଣାନାମାକୁ ଏକ ‘ମାଇଲ୍‌ଷ୍ଟୋନ୍‌’ କହି ମସ୍କୋ ପ୍ରଶଂସା କରିଥିଲା।

ଭାରତରେ ଉଦ୍ୟୋଗିକତାର ବିକାଶ, ବିଶେଷ କରି ଶିଳ୍ପ-ଉତ୍ପାଦ କ୍ଷେତ୍ରର ବିକାଶ ନିମନ୍ତେ ୨୦୧୪ରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ‘ମେକ୍‌ ଇନ୍‌ ଇଣ୍ଡିଆ’ ଉପକ୍ରମକୁ ବି ପୂର୍ବରୁ ପୁଟିନ୍‌ ଖୁବ୍‌ ପ୍ରଶଂସା କରିଥିଲେ।

୮ମ ‘ଇଷ୍ଟର୍ଣ୍ଣ ଇକୋନୋମି ଫୋରମ୍‌’ (ଇଇଏଫ୍‌)ରେ ଉଦ୍‌ବୋଧନ ଦେବା ବେଳେ ପୁଟିନ୍ କହିଥିଲେ ଯେ, ଦେଶଜ ଉତ୍ପାଦ ପ୍ରସାରରେ ଭାରତର ସଫଳତାରୁ ରୁଷ୍‌ ଶିକ୍ଷା ଆହରଣ କରିପାରିବ।

ad-week
Leave A Reply

Your email address will not be published.