ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ…

add-all

sup

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଇଡି ପକ୍ଷରୁ ଏକପାଖିଆ ଓ ମନମୁଖୀ ଆଚରଣ ଆଶା କରାଯାଇପାରିବ ନାହିଁ।

ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ପି.ଭି ସଞ୍ଜୟ କୁମାରଙ୍କ ବେଞ୍ଚ କହିଛନ୍ତି, ଅଭିଯୁକ୍ତକୁ ଗିରଫ କରିବା ପୂର୍ବରୁ ସେ ଲିଖିତ ଭାବେ ଏହାର କାରଣ ଦର୍ଶାଇବାକୁ ପଡିବ। ଏଥିରେ କୌଣସି ପ୍ରକାରର ଆରାମ ମିଳିବ ନାହିଁ। କୋର୍ଟ ମଧ୍ୟ ଏଜେନ୍ସିକୁ ତଦନ୍ତରେ ସ୍ବଚ୍ଛ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ରିଅଲ ଇଷ୍ଟେଟ ଗ୍ରୁପ ଏମ-୩-ଏମର ନିର୍ଦ୍ଦେଶକ ପଙ୍କଜ ବନସଲ ଏବଂ ବସନ୍ତ ବନସଲଙ୍କ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ।

ଏହି ଆବେଦନରେ ଉଭୟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ କୋର୍ଟ ପିଏଏଲଏ ଅଧୀନରେ ସେମାନଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଲେ ଯେ ଗିରଫ ସମୟରେ ଉଭୟ ଅଭିଯୁକ୍ତଙ୍କୁ କେବଳ ମୌଖିକ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ଲିଖିତ ଆକାରରେ କିଛି ଦିଆଯାଇ ନଥିଲା। ଏନେଇ କୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.