ଉଦ୍‌ଯାପିତ ହେଲା ଟିକିରି ପ୍ରସିଦ୍ଧ ଭଦ ବାଲିଯାତ୍ରା…

add-all

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଗ୍ରାମର ପ୍ରସିଦ୍ଧ ଭଦ ବାଲି ଯାତ୍ର ଉଦଯାପିତ ହୋଇଯାଇଛି। ଏହି ଯାତ୍ରା ଗତ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ୯ଦିନ ଧରି ପାଳିତ ହୋଇଆଜି ବିର୍ଶଜନ ହୋଇଛି ।ଗୋକଳମୁଣ୍ଡା ନାଳରୁ ବାଲି ସଂଗ୍ରହ କରି ଧାନ,ମକା,ମାଣ୍ଡିଆ ଆଦି ଶଷ୍ୟକୁ ଏକ ବାଉଁଶ ଟକେଇରେ ରଖାଯାଏ।ଏହା ଗଜାଉଠି ଛୋଟ ଗଛ ହୁଏ।ଏହାକୁ ବିର୍ଶଜନ ଦିନ ସମସ୍ତେ ନେଇ ବିଲରେ ପକାନ୍ତି ଭଲ ଶଷ୍ୟ ହେବା ପାଇଁ ।ଭାଦ୍ରବ ମାସ ସୁନିଆଁ ଦିନ ଏହି ଯାତ୍ରା ଆସିଥାଏ।ଏହି ଦିନ ଅଞ୍ଚଳ ବାସୀ ନୂଆ ଧାନ ନୂଆଖାଇ କରିଥାନ୍ତି।ଟିକିରି ର ଇଷ୍ଟଦେବ ଭୈରବ ଠାକୁର ସବୁଦିନ ସନ୍ଧ୍ୟାରେ ବାଜା ମହୁରି ସହିତ ସବୁ ସାହିକୁ ଯାଇ ଧୂପ-ଦିପ,ପିଠା ପଣା ,ନଡିଆ କଦଳୀ ଭୋଗ ଖାଇଥାନ୍ତି ଓ ଶେଷରେ କଣ୍ଟାଦଳିରେ ଝୁଲିଥାନ୍ତି।ଶେଷ ଦିନ ରେ ଭୈରବ ଠାକୁର ନିଆଁ ରେ ଚାଲନ୍ତି ଓ କଣ୍ଟାଦୋଳି ଝୁଲି ବିଦାୟ ନେଇ ତାନ୍ତି।ତାଙ୍କ ଭଉଣୀ ଗଙ୍ଗାଦେବୀ ଠାକୁରାଣୀ ଭାଇ ଭୈରବ ଠାକୁରଙ୍କୁ ଅଧବାଟ ପର୍ଯ୍ୟନ୍ତ  ଛାଡିକି ଚାଲି ଆସନ୍ତି।ଭବାନୀପାଟଣା ରୁ ଆସିଥିବା ଘୁମୁରା ନାଟ ଅନ୍ୟ ଏକ ଆକର୍ଷଣ ପାଲଟିଥିଲା।ମେଳାରେ ମିନାବଜାର ଆସିଥିବାରୁ ବହୁ ଜନାସମାଗମ ହୋଇଥିଲା।ଅଞ୍ଚଳର ପ୍ରାୟ ୧୦ ଜାର ଭକ୍ତ ଙ୍କ ସମାଗମ ହୋଇଥିଲା ।

ad-week
Leave A Reply

Your email address will not be published.