ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଆୟୋଜିତ ସୁନ୍ଦରଗଡ ବରିଷ୍ଠ ପୁରୁଷ ଫୁଟବଲ ଚାମ୍ପିଅନସିପ ଆଜି ଜିଲ୍ଲା କ୍ରୀଡ଼ା ସଂସଦ ଷ୍ଟାଡିୟମ୍ ଠାରେ ଉଦ୍ ଯାପିତ ହୋଇ ଯାଇଛି। ଗତ ଅକ୍ଟୋବର ୧ ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୫ ଦିନ ଧରି ଚାଲିଥିଲା। ଗତ କାଲି ସେମିଫାଇନାଲରେ ନଦିସୁଗୁଡ଼ାର ଅଙ୍କଲ କ୍ଲବ୍ ଦଳ ଓ ବାଲିଶଙ୍କରାର ଷ୍ଟାର୍ ଏକାଦଶ ବିଜୟୀ ହୋଇ ଆଜି ଫାଇନାଲ ପାଇଁ କୃତ୍ତିତ୍ଵ ଅର୍ଜନ କରିଥିଲେ। ଖେଳର ୩୩ ମିନିଟ୍ ରେ ବାଲିଶଙ୍କରା ଦଳର ସଞ୍ଜୟ ଟପ୍ପୋ ଗୋଲ୍ କରି ଦଳକୁ ଆଗୁଆ ରଖିଥିଲେ। କିନ୍ତୁ ଖେଳର ୪୮ ମିନିଟରେ ନଦିଶୁଗୁଡ଼ା ଦଳର ଚିତ୍ର ପ୍ରଧାନ ଏକ ଚିତ୍ତାକର୍ଷକ ଗୋଲ୍ ମାରି ଖେଳକୁ ସମାନ୍ତର କଲେ। ନିର୍ଦ୍ଧାରିତ ସମୟରେ ଖେଳର କୌଣସି ଫଳାଫଳ ନ ହେବାରୁ ପେନାଲ୍ଟି ସୁଟ୍ ଆଉଟ୍ ମାଧ୍ୟମରେ ଷ୍ଟାର୍ ଏକାଦଶ, ବାଲିଶଙ୍କରା ଦଳ ପ୍ରତିପକ୍ଷ ଅଙ୍କଲ କ୍ଲବ୍ ଦଳକୁ ୩-୨ ଗୋଲ୍ ରେ ପରାସ୍ତ କରି ବିଜୟୀ ହୋଇଛି। ବିଜୟୀ ଦଳକୁ ଚାମ୍ପିଅନ ଟ୍ରଫି ସହିତ ନଗଦ ୫୦୦୦୦/- ଟଙ୍କା ଓ ଉପବିଜେତା ଦଳକୁ ରନର୍ସ ଅପ୍ ଟ୍ରଫି ସହିତ ନଗଦ ୩୦୦୦୦/ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଖେଳକୁ ରେଫରୀ ଲକ୍ଷ୍ମଣ ସେଠ୍, ନିତ୍ୟାନନ୍ଦ ମେହେର, ସନ୍ୟାସୀ ମୁଣ୍ଡା, ଅଶୋକ ପାଣ୍ଡବ ପରିଚାଳନା କରିଥିଲେ। ଜାତୀୟ ରେଫରି ଦୁର୍ଗାମାଧବ ନାଏକ ମ୍ୟାଚ୍ କମିଶନର ଦାୟିତ୍ଵ ତୁଲାଇଥିଲେ। ଚୟନକର୍ତ୍ତା ଭାବରେ ପୁରାତନ ଫୁଟବଲ ଖେଳାଳୀ ମନୋଜ କୁମାର ସୁନାନି ଓ ଚିତ୍ତରଞ୍ଜନ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ଜାତୀୟ ସନ୍ତୋଷ ଟ୍ରଫି ଖେଳାଳୀ ଜମିର ଓରାମଙ୍କୁ ତାଙ୍କ ଗୋଡ ଭାଙ୍ଗିଥିବାରୁ ଚିକିତ୍ସା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ୧୦୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।
ଆଜିର ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ଅଧ୍ୟକ୍ଷ ତଥା ମାତାରାନୀ ଟ୍ରାନ୍ସପୋର୍ଟ ଓ ମାତାରାନୀ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ବିଶିଷ୍ଟ ବ୍ୟବସାୟୀ ସଞ୍ଜୟ ନନ୍ଦ ଭାବରେ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ଯୋଗ ଦେଇଥିଲେ। ଆଜି ଏହି ସମାପନୀ ଉତ୍ସବ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ସାଧାରଣ ସମ୍ପାଦକ ଶ୍ରୀ ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂସଦର ସହ ସମ୍ପାଦକ ଜୟଦେବ ପାତ୍ର, ଉପସଭାପତି ମେରି ଜନ୍ ଵାଗେ, ବିମଳ କୁମାର ବୋଷ, ଅଶ୍ଵିନୀ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଫୁଟବଲ ସମ୍ପାଦକ ରାଜେନ୍ଦ୍ର ପଣ୍ଡା, ସଂସଦର ସଦସ୍ୟ ରୋମାଞ୍ଚ ଭାଇଁସାଲ୍, ସୁରଜ୍ ଭାଇଂସାଲ, ଅଜୟ ବହିଦାର, ଶିଶିର ପଟେଲ, ପ୍ରଶାନ୍ତ ପଟେଲ, ଶ୍ୟାମ ନନ୍ଦନ ସହାୟ, ପ୍ରସାଦ ନାଏକ, ସୁଶିଲ ପଟେଲ,ବିଶ୍ୱରଂଜନ ହୋତା ପ୍ରମୁଖଙ୍କ ସହଯୋଗରେ ସମାପିତ ହୋଇଥିଲା। ସଦସ୍ୟ ନିତ୍ୟ କୁମାର ବଳ ମଞ୍ଚ ପରିଚାଳନା କରିଥିଲେ।
