ଫାର୍ମା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ଚାଲିଗଲା ୪ ଜୀବନ…

add-all

fire

ପଞ୍ଜାବର ଅମୃତସରରେ ଥିବା ଏକ ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଗତକାଲି ଲାଗିଥିଲା ଭୟଙ୍କର ନିଆଁ। ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି।

ଫାର୍ମା କମ୍ପାନୀରେ ବିପୁଳ ପରିମାଣରେ କେମିକାଲ ଥିବା ବେଳେ ଗତରାତିରେ ହଠାତ୍‌ କୌଣସି କାରଣବଶଃତ ସେଥିରେ ନିଆଁ ସଂଯୋଗ ହୋଇ ଯାଇଥିଲା। ଫଳରେ ଉକ୍ତ ସମୟରେ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ। ତେବେ ଅଗ୍ନିକାଣ୍ଡର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଫ୍ୟାକ୍ଟ୍ରିରେ ଫସି ରହିଥିବା ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।  ଫ୍ୟାକ୍ଟ୍ରିରେ ବିପୁଳ ପରିମାଣରେ କେମିକାଲ ମହଜୁଦ ଥିବା ବେଳେ ଅଗ୍ନି ନିରାପତ୍ତା ଗାଇଡଲାଇନ୍‌ ପାଳନ କରାଯାଇଥିଲା ନା ନାହିଁ ତାହାର ତଦନ୍ତ କରାଯାଉଛି।

ad-week
Leave A Reply

Your email address will not be published.