ଅନିଲ ମହାନ୍ତିଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ରିମାଣ୍ଡରେ ନେଲା ପୋଲିସ…

add-all

ବ୍ରହ୍ମପୁର : ଧରାକୋଟ ଥାନା ଅନ୍ତର୍ଗତ ବରୀଗୁଡା ଗ୍ରାମର ଯୁବ ବିଜେଡି ନେତା ଅନିଲ ମହାନ୍ତି(କୋକ) ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୟ ପୋଲାଇ ଓ ସହଯୋଗୀ ଶ୍ରୀଧର ପ୍ରଧାନ କୁ ଗୋଟିଏ ଦିନ ରିମାଣ୍ଡରେ ନେଲା ଧରାକୋଟ ପୋଲିସ । ଅଭିଯୁକ୍ତ କୁ ଆସିକା ଉପକାରାଗାର ରୁ କଡା ସୁରକ୍ଷାର ସହ ନିଆ ଯାଇଛି। ଅନିଲ ହତ୍ୟା କାଣ୍ଡକୁ ଆଜି 8 ଦିନ ବିତି ଯାଇଥିବା ବେଳେ ହତ୍ୟା କାଣ୍ଡର ପ୍ରକୃତ ରହସ୍ୟ ଏବେ ପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ। କେବଳ ପୋଲିସ ସଂଜୟ ପୋଲାଇ ଓ ସଞ୍ଜୟ ର ସହଯୋଗୀ ଶ୍ରୀଧର ପ୍ରଧାନ କୁ ଗିରଫ କରି କୋର୍ଟ ପଠାଇଥିବା ବେଳେ ଏହା ପଛରେ କାହାର ହାତ ଆଛି । କିଏ ଏବଂ କେଉଁବିକାରଣରୁ ତାଙ୍କୁ ନିର୍ମମ ହତ୍ୟା କରାଯାଇଛି ତାହା ଏବେ ରହସ୍ୟ ହୋଇ ରହିଯାଇଛି। ଏପଟେ ହତ୍ୟା ପଛରେ ଗତ ପଂଚାୟତ ନିର୍ବାଚନ ମୂଳ କାରଣ ବୋଲି କୋକଙ୍କ ପରିବାର ପକ୍ଷରୁ ଦାବି ହେଉଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ଏବଂ ଏହା ପଛରେ ଏକ ବିରାଟ ସଡ଼ ଯନ୍ତ୍ର ଥିବା କୁହାଯାଉଛି।ଏପଟେ ଆଜି ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଦୁଇଙ୍କୁ ରିମାଣ୍ଡରେ ଆଣି ପୋଲିସ ଅଧିକ ତଥ୍ୟ ସଂଗ୍ରହ କରିବା ସହ ତଦନ୍ତ କୁ ଜୋରସୋରରେ ଚଳାଇଥିବା ପୋଲିସ ପକ୍ଷ ରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.