CISF ଯବାନ ବିରୋଧରେ ଅଭିଯୋଗ ଆଣିଲେ ଯୁବତୀ…

add-all

sdr

ବଲାଙ୍ଗିର : କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି। କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରେ ଘୃଣା ଆସିଯିବ। ପ୍ରେମ, ପ୍ରେମିକା , ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି ନା ଘଟଣା । ପୁଣି ଏମିତି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯାହା ପହଁଚିଛି ଥାନାରେ ।

ବଲାଙ୍ଗିର ବେଲପଡା ଥାନା ଅଞ୍ଚଳର ଜଣେ ଯୁବତୀ ଏବେ ନ୍ୟାୟ ପାଇଁ ବଲାଙ୍ଗିର ଏସ.ପି ଙ୍କ ଦ୍ଵାରସ୍ଥ ହୋଇଛନ୍ତି । C.I.S.F ରେ ଚାକିରୀ କରୁଥିବା ଗୋକୁଳ ମାଝୀ ନାମକ ଜଣେ ଯୁବକ ବିବାହ ର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଏବେ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏପରି କି ଶାରିରୀକ ସମ୍ପର୍କ ନ ରଖିଲେ ଏବଂ ଏହି କଥା କାହାକୁ କହିଲେ ଗୋକୁଳ ତାଙ୍କ ମାଡ ମାରୁଥିଲେ। ତେବେ ଏହି ଘଟଣା ଦିନକୁ ଦିନ ଅତିସୟ ହେବାପରେ ଯୁବତୀ ଏନେଇ ପୂର୍ବରୁ ବେଲପଡା ଥାନାରେ ଅଭିଯୋଗ କରିଥିଲେ । ହେଲେ ସେଠାରେ ତାଙ୍କୁ ନ୍ୟାୟ ନ ମିଳିବାରୁ ଏବେ ବଲାଙ୍ଗିର ଏସ.ପି ଙ୍କ ଦ୍ଵାରସ୍ତ ହୋଇଛନ୍ତି ଯୁବତୀ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। .

କୁହାଯାଏ ଯେ ପ୍ରେମ ଏକ ବହୁତ ସୁନ୍ଦର ସମ୍ପର୍କ। ଏହା ଏକ ଏମିତି ଅନୁଭବ ଯାହା ବିଷୟରେ କହିଲେ ସାରା ଜୀବନ ମଧ୍ୟ କମ୍ ପଡିଯିବ। ଏମିତିରେ ଯଦି ଏହି ସମ୍ପର୍କରେ ଧୋକା ମିଳିଥାଏ ତେବେ ପ୍ରେମ ଶବ୍ଦରୁ ବିଶ୍ବାସ ଉଠି ଯାଇଥାଏ। ଆଜିକାଲି ଲଭ୍-ସେକ୍ସ-ଧୋକା କୁ ନେଇ ଅନେକ ଘଟଣା ସମାଜରେ ଘଟୁଛି ଆଉ ଏମିତି ଅନେକ ଯୁବକ ଯୁବତୀ ନ୍ୟାୟ ପାଇବା ପାଇଁ ଥାନାକୁ ଦୌଡୁଛନ୍ତି । ତେବେ ଏହି ଘଟଣାରେ ଉକ୍ତ C.I.S.F ଯବାନଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ, ପୋଲିସ୍ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ କି ପଦକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ad-week
Leave A Reply

Your email address will not be published.