ଗୋଲଡେନ୍ ବାବା ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି…

add-all

gold

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଜ୍ୟୋତି ବେଉରା ଗୋଲଡେନ୍ ବାବା ନାମରେ ପରିଚିତ।

ବେଉରାଙ୍କ ବ୍ୟାଙ୍କ ବାଲାନ୍ସକୁ ସିଜ୍ କରିବା ସହ ତାଙ୍କର ଦୁଇଟି ଦାମୀ ଗାଡ଼ି ଜବତ କରିବା ସହ ତାଙ୍କ ସମ୍ପତ୍ତିକୁ ୧.୫୩ କୋଟି ଟଙ୍କାରେ ଅସ୍ଥାୟୀ ଭାବେ ଜବତ କରିଛି ଇଡି।

ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅନୁଯାୟୀ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ବେଉରା ବ୍ୟବସାୟୀ ଓ ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ହେଲେ ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବା ସହ ପ୍ରତାରଣାର ଶିକାର ହୋଇଛନ୍ତି।

ଇଡି ତଦନ୍ତରୁ ଜାଣିବାକୁ ପାଇଛି ଯେ ବେଉରା ସଂଗ୍ରହ କରିଥିବା ଅର୍ଥକୁ ସେ ସମ୍ପତ୍ତି କିଣିବା ଏବଂ ବ୍ୟବସାୟରେ ବିନିଯୋଗ କରିଥିଲେ। ଏହି ଟଙ୍କାକୁ ସେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ବ୍ୟବହାର କରୁଥିଲେ। ବେଉରା କମିଶନରେଟ ପୋଲିସ ଦ୍ବାରା ଡିସେମ୍ବର ୩୧, ୨୦୧୮ରେ ଗିରଫ ହୋଇଥିଲେ। ଏହାପରେ ଇଡି ଏହି ବେଆଇନ ଆର୍ଥିକ କାରବାରର ତଦନ୍ତ କରୁଛି।

ବେଉରାଙ୍କ ସମସ୍ତ ସମ୍ପତ୍ତିକୁ ଚିହ୍ନଟ କରି ଜବତ କରିବା ପାଇଁ ଇଡି ତଦନ୍ତ ଜାରି ରଖିଛି। ଏହି ଠକେଇରେ ଅନ୍ୟ କେଉଁମାନେ ସମ୍ପୃକ୍ତ ରହିପାରନ୍ତି ସେ ନେଇ ମଧ୍ୟ ସଂସ୍ଥା ପକ୍ଷରୁ ଖୋଳତାଡ଼ ଜାରି ରହିଛି। ରାଜ୍ୟରେ ବିଭିନ୍ନ ଥାନାରେ ମୋଟ୍ ୧୯ଟି ମାମଲା ଗୋଲଡେନ ବାବା ବିରୋଧରେ ଦାୟର ହୋଇଛି।

ad-week
Leave A Reply

Your email address will not be published.