ଶକ୍ତିପୀଠରେ ଚାଲିଛି ମା’ଙ୍କ ମାଁ କନକଦୁର୍ଗା ଙ୍କ ଷୋଡଷ ଉପଚାର ପୂଜା ଆରମ୍ଭ

add-all

ହିଞ୍ଜିଳିକାଟୁ ୬!୧୦ ହିଞ୍ଜିଳିକାଟୁ ମୁନିସୀପାଲଟି ଓ ବ୍ଳକ ର ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଁଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଁ । ଅନ୍ୟ ପୀଠ ଭଳି ହିଞ୍ଜିଳି ର ଅଧିଷ୍ଠାତ୍ରୀ ଦେବୀ ମାଁ କନକଦୁର୍ଗାଙ୍କ ପୀଠରେ ମାଆଙ୍କର ଷୋଡଷ ଉପଚାର ପୂଜା ଶୁକ୍ରବାର ମୂଳାଷ୍ଟମୀ ଦିନଠାରୁ ଆରମ୍ଭ ହୋଇଛି।
ଦଶହରା ପର୍ଯ୍ୟନ୍ତ ମାଆ କନକ ଦୁର୍ଗା ଙ୍କ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ । ମୂଳାଷ୍ଟମୀରୁ ମାଆଙ୍କର ପୂଜା ଓ ବେଶ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ମାଆ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ବିଶ୍ୱାସ ରହିଛି ମାଙ୍କୁ ଷୋଡଷ ପୂଜା ସମୟରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ଯ ମିଳିଥାଏ।ପ୍ରତ୍ୟହ ସୂର୍ଯ୍ୟପୂଜା, ସାଲା ପୂଜା, ଘଟପୁଜା, ଗ୍ରହଣ ମଣ୍ଡଳ ପୂଜା, ନୈଜେଦ୍ୟ ସଂସ୍କାର, ଷୋଡଷ ଉପଚାର ପୂଜା, ବିଲ୍ଲୋପତ୍ର ଅର୍ଚ୍ଚନ, ହମୋଯଜ୍ଞ ଓ ଚଣ୍ଡିପାଠ ମଧ୍ୟରେ ଏହି ଷୋଡ଼ଶ ପୂଜା ଚାଲୁ ରହିଛି ା ମନ୍ଦିର ପରିଚାଳନା କମିଟିଓ ପୂଜକ ମୁନି ମାନଙ୍କ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୂଜାର୍ଚ୍ଚନା ଚାଲିଛି। ସେହିଭଳି ବୁରୁପଡା ଶ୍ୟାମଳାଇ ମନ୍ଦିର, ହିଞ୍ଜିଳି ଦଣ୍ଡକାଳି ମନ୍ଦିର,ସହ ବ୍ଳକର ବିଭିନ୍ନ ଦେବୀପୀଠରେ ଷୋଡ଼ଶ ଉପଚାର ସହ ନବରାତ୍ର ପୂଜା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି।

ad-week
Leave A Reply

Your email address will not be published.