ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀକରି ଶିକ୍ଷୟତ୍ରୀ ହଟହଟା.. !

add-all

ହିଞ୍ଜିଳିକାଟୁ (୬/୧୦) : ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ଆଙ୍କୋରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରିନା ପଣ୍ଡା ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲରୁ ଚୋରୀ କରି ଚତୁରତାର ସହିତ ମହିଳାଙ୍କ ହାତରେ ସ୍କୁଲ ଆଗରେ ଥିବା ଜୈନିକ ଵ୍ୟକ୍ତିଙ୍କ ଘରକୁ ନେଉଥିବା ସମୟ ରେ ସେଠାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଦେଖିଥିଲେ | ଗ୍ରାମବାସୀ ଙ୍କ ମନରେ ସନ୍ଦେହ ହେବାରୁ ସଙ୍ଗେ ସଙ୍ଗେ ଚାଉଳ ବସ୍ତା ଯାଞ୍ଚ କରିଥିଲେ ଚାଉଳ ନେବା ପଦାପଡିବା ପରେ ଗ୍ରାମବାସୀମାନେ ସ୍କୁଲରେ ହୋହଲ୍ଲା କରିଥିଲେ।ଫଳରେ ଉକ୍ତ ଚାଉଳ ପୁଣି ସ୍କୁଲକୁ ତରବରିଆ ଭାବେ ଆଣିବା ଵେଳେ ଚାଉଳ ରାସ୍ତାରେ ପଡି ହଟହଟା ହେଲେ ଶିକ୍ଷୟତ୍ରୀ । |ଏହି ସମୟରେ ଅଧିକାଂଶ ଅଂଚଳବାସୀ ଉପସ୍ଥିତ ଥିବାରୁ ଚାପା ଉତେଜନା ଦେଖାଦେଇଥିଲା | ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଟୁନା ସେଠି ଙ୍କ ଉପସ୍ଥିତି ରେ ଶେଷରେ ହଟ ହଟା ହୋଇ ଚୋରୀ କରି ନେଉଥିବା ମଧ୍ୟାହ୍ନ ଭୋଜନ ଚାଉଳ କୁ ବିଦ୍ୟାଳୟ ଷ୍ଟୋର ରୁମ ରେ ଗଛିତ ରଖିଥିଲେ | ଶିକ୍ଷୟିତ୍ରୀ ଙ୍କ ଏଭଳି ଦୁଃସାହାସିକ କାର୍ଯ୍ୟକ୍ରମ କୁ ନେଇ ଉକ୍ତ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି | ଅନ୍ୟପକ୍ଷରେ ଏ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରିନା ପଣ୍ଡା ଙ୍କ ସହ ଯୋଗାଯୋଗ କରିବା ପରେ ସେ କିଛି ଜାଣିନଥିବା କହିଛନ୍ତି।ବିଶେଷ ସୂତ୍ରରୁ ପ୍ରକାଶ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ରେ ବାରମ୍ବାର ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି | ଦୈନଦିନ ପ୍ରଧାନ ଶିକ୍ଷୟତ୍ରୀ ରିନା ପଣ୍ଡା ଶତାଧିକ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ରିପୋଟ ରେ ଦର୍ଶାଉଥିବା ବେଳେ ପ୍ରକୁତ ପକ୍ଷେ ପଚାଶ ରୁ କମ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିଲେ | ପ୍ରତି ମାସର ବଳକା ଚାଉଳ କିଛି ମହିଳାଙ୍କ ଙ୍କ ସହାୟତା ରେ ଅନ୍ୟତ୍ର ବିକ୍ରି କରାଯାଉଥିବାର ଅଞ୍ଚଳ ବାସୀ ବିଶେଷ ସୂତ୍ରରୁ ଖବର ପାଇଥିଲେ | ହେଲେ ପ୍ରମାଣ ଅଭାବରୁ ବିଦ୍ୟାଳୟ ର କର୍ମଚାରୀ ମାନେ ଖସି ଯାଉଥିଲେ |ହେଲେ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ଷ୍ଟୋର ରୁମ ରୁ ପାଚିକା ଙ୍କ ସହାୟତା ରେ ଚାଉଳ ନେଇ ଅନ୍ୟତ୍ର ଯିବା ସମୟରେ ଧରା ପଡିବାରୁ ଗ୍ରାମବାସୀ ଙ୍କ ଦ୍ଵାରା ହଟହଟା ହୋଇଥିଲା |ଏଥିନେଇ ଆବଶ୍ୟକ ଠାରୁ ଅଧିକ ମଧ୍ୟାହ୍ନ ଭୋଜନ ଚାଉଳ ଗଛିତ ଥିବାରୁ ତାହାକୁ ପାଚିକାଙ୍କ ଙ୍କ ଜରିଆରେ ହଡପ କରିବାର ମସୁଧା ଚାଲିଥିଲା |ଅଂଚଳବାସୀ ଙ୍କ ଆଗରେ ଧରାପଡ଼ି ଶେଷରେ ହଟହଟା ହେବାକୁ ପଡିଥିଲା |ଏହି ଚାଉଳ ଚୋରୀ ଘଟଣା ରେ ଅନେକ କର୍ମଚାରୀ ଏବଂ ଲୋକ ପ୍ରତିନିଧି ଜଡିତ ଥିବା ଅଂଚଳବାସୀ ଗଣ ମାଧ୍ୟ୍ୟମ ପ୍ରତିନିଧି ଙ୍କ ନିକଟରେ ଅଭିଯୋଗ କରିଛନ୍ତି |ଏହା ର ନିରପେକ୍ଷ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |

ad-week
Leave A Reply

Your email address will not be published.