ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା। ଏଭଳି କାର୍ଯ୍ୟ କରି ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ନିର୍ଦ୍ଦେଶକ ସାହୁ କହିଛନ୍ତି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ମନ୍ତବ୍ୟ ପରେ ପ୍ରାଣକୃଷ୍ଣ ନିଜ ପ୍ରତିକ୍ରିୟାରେ କହିଛନ୍ତି, ହସ୍ପିଟାଲରେ ମୋତେ ମିଛ ସୂଚନା ଦିଆଯିବାରୁ ମୁଁ ଡିଏନ୍ଏ ଟେଷ୍ଟ ପାଇଁ ବାଧ୍ୟ କଲି। ସେମାନେ ମୋତେ ଦୁଇ ପ୍ରକାର କଥା କାହିଁକି କହିଲେ। ତେଣୁ ମଁୁ ହସ୍ପିଟାଲ ନାଁରେ ମାନହାନୀ କେସ୍ କରିପାରିବି ବୋଲି ପ୍ରାଣକୃଷ୍ଣ କହିଛନ୍ତି।ସୂଚନାଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ନେଇ ଗତ ସେପ୍ଟେମ୍ବର ୨୬ରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ଅଭିଯୋଗ ଆଣିଥିଲେ। ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଝିଅ ଦିଆଯାଇଥିବାରୁ ସନ୍ଦେହ କରି କ୍ୟାପିଟାଲ ହସ୍ପିଟାଲ ଓ କ୍ୟାପିଟାଲ ଥାନାରେ ଏପରି ଅଭିଯୋଗ ଆଣିବା ସହ ଡିଏନ୍ଏ ଟେଷ୍ଟ ପାଇଁ ଦାବି କରିଥିଲେ। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହାର ତଦନ୍ତ କରି ପ୍ରାଣକୃଷ୍ଣଙ୍କର ଝିଅ ହୋଇଥିବା ସ୍ପଷ୍ଟ କରିଥିଲା। ହେଲେ ପ୍ରାଣକୃଷ୍ଣ ଡିଏନ୍ଏ ଟେଷ୍ଟ ପାଇଁ ଅଡି ବସିବାରୁ ଥାନା ପକ୍ଷରୁ ଏନେଇ କୋର୍ଟଙ୍କଠାରୁ ଅନୁମତି ଅଣାଯାଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
