
ହିଞ୍ଜିଳିକାଟୁ ୭/୧୦ : ହିଞ୍ଜିଳିକାଟୁ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ମହିଳା ଓ ଶିଶୁବିକାଶ ପ୍ରକଳ୍ପ ତରଫରୁ ରାଷ୍ଟ୍ରୀୟ ସ୍ତରୀୟ ପୋଷଣ ମାହା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ଅଧିକାରୀ ଗାଙ୍ଗି ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି,ବ୍ଳକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ ପ୍ରମୁଖ ଯୋଗଦେଇ ମାତୃ ଓ ଶିଶୁ ମୃତ୍ୟୁ ହାରରୁ ଜିଲ୍ଲା ଓ ରାଜ୍ୟର ଉନ୍ନତି ଜାଣିହେବ ବୋଲି ମତବ୍ୟକ୍ତ କରିଥିଲେ।ଏହି ମୃତ୍ୟୁ ହାରକୁ ରୋକିବା ପାଇଁ ମହିଳା ଓ ଶିଶୁ ବିକାଶ ଵିଭାଗ ଏବଂ ସ୍ଵାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମ ଦରକାର ବୋଲି ପ୍ୟୈରପରିଷଦ ଅଧ୍ୟକ୍ଷ ଶ୍ରୀ ପୋଲାଇ ମତ ଦେଇଥିଲେ। ଅନୁଷ୍ଠିତ ସୁସ୍ଥ ଶିଶୁ ପ୍ରତିଯୋଗିତା ରେ କୃତୀ କିଶୋରୀ ବାଳିକା ମାନଙ୍କୁ ଅତିଥି ମାନେ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଗର୍ଭବତୀ, ପ୍ରସୂତି ଏବଂ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ |ଗୋଟିଏ ମହିଳା ଯେତେବେଳେ ଗର୍ଭବତୀ ହୋଇଥାଏ, ସାଧାରଣତଃ ସେମାନେ ରକ୍ତହୀନତା ରୋଗର ଶିକାର ହୋଇଥାନ୍ତି, ତେଣୁ ଏହି ସମୟରେ ଗର୍ଭବତୀ ମହିଳା ମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇ ସମସ୍ତ ସବୁଜ ପନିପରିବା ସମେତ ଡାଲି,କ୍ଷୀର, ଅଣ୍ଡା ଏବଂ ମାଛମାଂସ ଆଦି ଖାଦ୍ୟ ସେବନ କରିବା ଦିଗରେ ଗୁରୁତ୍ୱ ଦେବା କଥା, ଯେଉଁ କାରଣରୁ ସମସ୍ତ ଗର୍ଭବତୀ ମହିଳା ମାନଙ୍କୁ ସରକାରଙ୍କ ତରଫରୁ ପାଞ୍ଚ ହଜାର କରି ପ୍ରତ୍ୟେକ ମହିଳାଙ୍କୁ ଯୋଗାଇ ଦିଆଯାଏ || । ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରପରିଷଦ ର ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହାୟତା କରିଥିଲେ |