ଜିଲା ମହିଳା କଂଗ୍ରେସ ସଭାନେତ୍ରୀଙ୍କ ଉପାନ୍ତ ଅଞ୍ଚଳର ଘରେ ଘରେ ପ୍ରଚାର

add-all

ଦାରିଙ୍ଗବାଡ଼ି,୭/୧୦ : କନ୍ଧମାଳ ଜିଲା ମହିଳା ସଭାନେତ୍ରୀ ରୁଦା ମଲିକ, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଉପାନ୍ତ ଅଂଚଳରେ ଥିବା ଗାଁ ଗୁଡ଼ିକରେ ପହଁଚି କଂଗ୍ରେସର ଜନ ହିତକର ଯୋଜନା ସମ୍ପର୍କରେ ଅବଗତ କରୁଥିବା ଖବର ହସ୍ତଗତ ହୋଇଛି। ଜିଲା କଂଗ୍ରେସ ମହିଳା ସଭାନେତ୍ରୀ, ବ୍ଲକ ସମ୍ପାଦକ ଶରତ ବଳିୟାରସିଂ ଓ ବ୍ରାହ୍ମଣୀଗାଁ ଅଞ୍ଚଳର ବରିଷ୍ଠ କର୍ମୀ ସମୂହଙ୍କୁ ସାଙ୍ଗରେ ନେଇଁ ଉପାନ୍ତ ଗାଁ ଗୁଡିକରେ ଘରେ ଘରେ ହାତକୁ ନେଇ ପ୍ରଚାର ପ୍ରସାର କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କ ନିକଟରେ ପ୍ରଚାର ପ୍ରସାର ଚଳାଇ ଥିବା ଖବର ହସ୍ତଗତ ହୋଇଛି।

ad-week
Leave A Reply

Your email address will not be published.