ଫୁଲବାଣୀରେ ସାଇବର ସଚେତନତା କାର୍ଯ୍ୟକ୍ରମ…

add-all

ଫୁଲବାଣୀ: ଫୁଲବାଣୀ ଠାରେ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଇକଲ ଶୋଭାଯାତ୍ରା ଓ ଗଣଦୌଡ଼କୁ ସାଂସଦ ଶ୍ରୀ ସାମନ୍ତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍‍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ସମେତ ପୋଲିସ୍‍ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ସାଇବର ଅପରାଧ ବିରୋଧରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଜନସାଧାରଣଙ୍କୁ ସତର୍କ ସହ ସୁରକ୍ଷିତ ରହିବା ଉପରେ ସମସ୍ତ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।

ad-week
Leave A Reply

Your email address will not be published.