ପାଚେରୀ ପାଖରୁ ନବଜାତ ଶିଶୁ କନ୍ୟା ଉଦ୍ଧାର…

add-all

kan

ସମ୍ବଲପୁର: ଯୁଗ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏବେବି ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ନାମ ବ୍ୟକ୍ତିଙ୍କ ଘର ପାଚେରୀ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁକୁ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ଶିଶୁଟି ଭଲ ଥିବା ଡାକ୍ତର କହିଛନ୍ତି ।

ସୂଚନା ଅନୁସାରେ, ଖଣ୍ଡୋକଟା ଗ୍ରାମର ଦିଲ୍ଲୀପ ସାହୁଙ୍କ ଘର ପାଚେରୀ ପାଖରେ ଆଜି ସକାଳୁ ଜଣେ ଶିଶୁର କାନ୍ଦ ଶୁଭାଯିବା ପରେ ଗ୍ରାମବାସୀଙ୍କ ଭିଡ ଜମିଥିଲା । ପରେ ଡାକ୍ତରଖାନାରେ କାମ କରୁଥିବା ସେହି ଗ୍ରାମର ସଞ୍ଜୟ ପଟେଲ ଶିଶୁକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଶିଶୁର ଅବସ୍ଥା ସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି । ତେବେ କାହିଁକି କେଉଁ ପରିସ୍ଥିତିରେ ଶିଶୁ କନ୍ୟାକୁ ଉକ୍ତ ସ୍ଥାନରେ ପକାଯାଇଥିଲା ତାହା ଜଣାପଡିନଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ସରକାରଙ୍କ ପକ୍ଷରୁ ଶିଶୁ କନ୍ୟାର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ହେଲେ ତାହା କେତେ ସଫଳ ହେଉଛି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

ad-week
Leave A Reply

Your email address will not be published.