ଇସ୍ରୋ ଜାରି କଲା ‘ଗଗନଯାନ’ର ଫଟୋ…

add-all

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶନିବାର ‘ଗଗନଯାନ ମିଶନ୍‌’ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନର ଚିତ୍ର ସାର୍ବଜନୀନ କରାଯାଇଛି। ୨୦୨୪ ଡିସେମ୍ବରରେ ଇସ୍ରୋ ମହାକାଶକୁ ପ୍ରଥମ ଥର ମଣିଷ ପଠାଇବ ଏବଂ ଏହି ଯାନରେ ୨ କିମ୍ବା ୩ ମହାକାଶଚାରୀ ଯାତ୍ରା କରିବା ସହ ପୃଥିବୀ ପୃଷ୍ଠକୁ ଫେରି ଆସିବେ ବୋଲି ଇସ୍ରୋ କହିଛି। ଏହି ଅଭିଯାନ ପାଇଁ ଇସ୍ରୋ ପକ୍ଷରୁ ଚଳିତ ମାସରେ ଉଡ଼ାଣ ପରୀକ୍ଷା କରାଯିବ। ମହାକାଶ ଯାନ ଟିଭି-ଡି୧କୁ ଏଥିପାଇଁ ପ୍ରସ୍ତୁତ କରାଯାଉଛି।

ମହାକାଶଚାରୀ ଏଥିରୁ ବାହାରିବାର କୌଶଳ ଶିକ୍ଷା କରିବେ। ମହାକାଶକୁ ଗଲା ପରେ ଏହା ପୃଥିବୀ ଚାରିପଟେ ୪୦୦ କିଲୋମିଟର କରି ଦୁଇରୁ ତିନି ଦିନ ଝୂରି ବୁଲିବେ। ଫେରିଲାବେଳେ ମହାକାଶ ଯାନ ସମୁଦ୍ରର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବ। ଏଥିପାଇଁ ନୌସେନାର ସହାୟତା ନିଆଯିବ ବୋଲି ଇସ୍ରୋ କହିଛି।

ad-week
Leave A Reply

Your email address will not be published.