ସାଙ୍ଗକୁ ଦେଲେ ୨୦୦୦ ଟଙ୍କା, ଆକାଉଣ୍ଟକୁ ଆସିଲା ୭୫୩ କୋଟି ଟଙ୍କା…!

IMAGE_1696832624

ଚେନ୍ନାଇ : ମନି ଟ୍ରାନ୍ସଫରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଫାର୍ମାସି କର୍ମଚାରୀଙ୍କ ଆକାଉଣ୍ଟରେ ହଠାତ୍ କ୍ରେଡିଟ୍ ହୋଇଛି ୭୫୩ କୋଟି ଟଙ୍କା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ତାମିଲନାଡୁର ମହମ୍ମଦ ଇଦ୍ରିସ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ତାଙ୍କ ସାଙ୍ଗଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିଲେ। ଏହା ପରେ ସେ ତାଙ୍କ ଆକାଉଣ୍ଟ ବାଲାନ୍ସ ଜାଣିବାକୁ ଚାହିଁବାରୁ ଦେଖିଲେ, ତାଙ୍କ ଆକାଉଣ୍ଟରେ ୭୫୩ କୋଟି ଟଙ୍କା ଜମା ହୋଇଛି, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଏନେଇ ସେ ବ୍ୟାଙ୍କକୁ ରିପୋର୍ଟ କରିଥିଲେ। ବ୍ୟାଙ୍କ କର୍ମଚାରୀ ଯାଞ୍ଚ କରିବା ପରେ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ ଅର୍ଥାତ୍ ଅଚଳ କରି ଦେଇଛନ୍ତି। ମହମ୍ମଦ ଯେପରି ଟଙ୍କାକୁ ଟ୍ରାନ୍ସଫର୍ କିମ୍ବା ଉଠାଣ କରିପାରିବେ ନାହିଁ, ସେଥିପାଇଁ ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି।
ତାମିଲନାଡୁରେ ତୃତୀୟ ଥର ପାଇଁ ଏପରି ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଚେନ୍ନାଇର ରାଜକୁମାର ନାମକ ଜଣେ କ୍ୟାବ୍ ଡ୍ରାଇଭରଙ୍କ ଆକାଉଣ୍ଟରେ ୯,୦୦୦ କୋଟି ଟଙ୍କା ବାଲାନ୍ସ ଥିବା ଜାଣିବାକୁ ପାଇଥିଲେ। ଅନ୍ୟ ଏକ ଘଟଣା ଥାନାଜୁରର ଗଣେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ଘଟିଥିଲା। ଗଣେଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୫୬ କୋଟି ଟଙ୍କା ଡିପୋଜିଟ୍ ହୋଇଥିଲା।
ଏହାକୁ କୌଣସି ଗୋଟିଏ ବ୍ୟାଙ୍କର ସର୍ଭର୍ ସମସ୍ୟା କୁହାଯାଇ ନପାରେ। କାରଣ ଭିନ୍ନ ଭିନ୍ନ ବ୍ୟାଙ୍କ୍ ପକ୍ଷରୁ ଏପରି ଟଙ୍କା କ୍ରେଡିଟ୍ ହେଉଥିବା ରିପୋର୍ଟ ହେଉଛି।

ad-week
Leave A Reply

Your email address will not be published.