ଅକ୍ଟୋବର ୧୩ ପର୍ଯ୍ୟନ୍ତ ବଢିଲା ସଂଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି…

add-all

sanj

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କ ସମସ୍ୟା ବଢିବାରେ ଲାଗିଛି । କାରଣ ତାଙ୍କର ଇଡି ରିମାଣ୍ଡ ଅବଧିକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଇଡି ଆବେଦନର ଶୁଣାଣି କରି ସ୍ୱତନ୍ତ୍ର ବିଚାରପତି ଏମ୍. କେ. ନାଗପାଲ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସଞ୍ଜୟ ସିଂହ ସହଯୋଗ କରୁନଥିବା ଅଭିଯୋଗ କରି ଇଡି ତାଙ୍କ ରିମାଣ୍ଡକୁ ୫ ଦିନ ବୃଦ୍ଧି କରିବାକୁ ଦାବି କରିଥିଲେ ମଧ୍ୟ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ମାତ୍ର ୩ ଦିନ ପାଇଁ ଅନୁମତି ଦେଇଥିଲେ। ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଅକ୍ଟୋବର ୧୩ରେ କୋର୍ଟରେ ହାଜର କରାଯିବ।
କୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି, ନିକଟରେ ଚଣ୍ଡିଗଡ଼ରେ ଚଢ଼ାଉ କରାଯାଇଥିଲା, ଯେଉଁ ବ୍ୟବସାୟୀଙ୍କ ବୟାନ ଅନୁସାରେ ଚଢ଼ାଉ କରାଯାଇଥିଲା, ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।
ସେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯାହା ବର୍ତ୍ତମାନ ପ୍ରକାଶ କରାଯାଇପାରିବ ନାହିଁ ବୋଲି ଇଡି କହିଛି ଏବଂ ତଦନ୍ତକାରୀ ସଂସ୍ଥା ନିକଟରେ ଏହି ମାମଲାରେ ଲାଞ୍ଚର ପ୍ରମାଣ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଅଭିଯୋଗର ତଦନ୍ତ କରୁଛି।

ad-week
Leave A Reply

Your email address will not be published.