
ଆମେ ଏମିତି ପ୍ରତିଶୋଧ ନେବୁ ଯାହା ସେମାନେ ଏବଂ ଇସ୍ରାଏଲର ଅନ୍ୟ ଶତ୍ରୁମାନେ ଆଗାମୀ ଦଶନ୍ଧି ଧରି ମନେ ରଖିବେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନିରୀହ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ ହାମାସ ଦ୍ୱାରା କରାଯାଇଥିବା ଏହି ନିର୍ଦ୍ଦୟ ଆକ୍ରମଣକୁ ନେଇ କହିଛନ୍ତି ଯେ ସେମାନେ ଲୋକଙ୍କ ଘରେ ପଶି ପରିବାର ଲୋକଙ୍କୁ ହତ୍ୟା କରିଥିଲେ, ଉତ୍ସବରେ ଶହ ଶହ ଯୁବକଙ୍କୁ ହତ୍ୟା କରିଥିଲେ, ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ଅପହରଣ କରିଥିଲେ। ଏହା ସବୁ ବର୍ବରତା | ସେ ହାମାସକୁ ଆଇଏସଆଇଏସ ସହ ତୁଳନା କରିଛନ୍ତି | ଏହା ବ୍ୟତୀତ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅନ୍ୟ ବିଶ୍ୱ ନେତାମାନଙ୍କୁ ମଧ୍ୟ ସମର୍ଥନ ଜଣାଇଛନ୍ତି।