ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଗିରଫ କଲା ଏସଟିଏଫ୍…

Independence

arrest

ଭୁବନେଶ୍ବର: ଆରଟିଆଇ ଅଧିକାରୀ କହି ୪୦ କୋଟି ଠକିବା ଘଟଣାର ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନର ସହଯୋଗୀ ଲକ୍ଷ୍ମଣ ମାଢ଼ିକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍। ଲକ୍ଷ୍ମଣ ରେଭେନ୍ସା କଲେଜର ଛାତ୍ର ବୋଲି ଜଣାପଡ଼ିଛି। ରେଭେନ୍ସା ହଷ୍ଟେଲରେ ରହି ପଢ଼ୁଥିବା ଲକ୍ଷ୍ମଣକୁ କଟକରୁ ଗିରଫ କରାଯାଇଛି। କାହ୍ନୁ ସହ ଲକ୍ଷ୍ମଣର ଆକାଉଣ୍ଟରୁ ୬୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଏସଟିଏଫ୍ ତଥ୍ୟ ପାଇଛି।

ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ କାହ୍ନୁ ନିଜକୁ ଆରଟିଆଇ ଅଧିକାରୀ କହି ଲୋକଙ୍କୁ ଠକୁଥିଲା। ପାଖାପାଖି ୪୦ କୋଟି ଟଙ୍କା ବିଭିନ୍ନ ଲୋକଙ୍କ ଠାରୁ ଠକିଛି କାହ୍ନୁ। ଏପରିକି ଏହି ଠକେଇରେ ରୋଜଗାର ହେଉଥିବା ଟଙ୍କା ମୃତ ବ୍ୟକ୍ତିଙ୍କ ଆକାଉଣ୍ଟରେ ରଖୁଥିବାର ପ୍ରମାଣ ବି ମିଳିଛି। ସେ ଏହି ଠକେଇ ଟଙ୍କା ଏକାଧିକ ମୋଲ ଆକାଉଣ୍ଟକୁ ପଠାଇଥିଲା। କାହ୍ନୁ ତା ଫୋନ୍ ରେ ସଚିବ, ଅତିରିକ୍ତ ସଚିବଙ୍କ ନମ୍ବର ଟ୍ରୁ କଲରରେ ସେଭ୍ କରୁଥିଲା କାହ୍ନୁ ଗ୍ୟାଙ୍ଗ ଟ୍ରାନସଫର୍, ପୋଷ୍ଟିଂ, ମଦ ଲାଇସେନ୍ସ,କ୍ରସର ଲାଇସେନ୍ସ କରାଇ ଦେବ କହି ଲୋକଙ୍କୁ ଠକୁଥିଲେ।

ad-week
Leave A Reply

Your email address will not be published.