ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଅଦାଲତକୁ ଯିବ ବିଜେପି: କଟାକ୍ଷ କଲା ବିଜେଡି…

add-all

mohan-Majhi

ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଆପତ୍ତି ଉଠାଇଛି ବିଜେପି। ଏଣେ ଏହାର ଜବାବ ରଖିଛି ବିଜେଡି।
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଆପତ୍ତି ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ଏହା ବିରୁଦ୍ଧରେ ବିଜେପି ଅଦାଲତକୁ ଯିବ। ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ଏହି ପ୍ଳାନ କରିଛି ବିଜେଡି। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ. କିପରି ରଦ୍ଦ ହେବ. ଏହା ଠିକ୍ ଗାଇଡ୍ ଲାଇନରେ ହେଉ ନାହିଁ। ଶଙ୍ଖ ଚିହ୍ନ ଏକ ଦଳୀୟ ଚିହ୍ନ। କିପରି ଏହା ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ? ହାରିବାର ଭୟ ରହିଛି, ତେଣୁ ଶଙ୍ଖ ଚିହ୍ନ ବ୍ୟବହାର କରାଯାଉଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭୟଭୀତ ହୋଇ ଶଂଖ ଚିହ୍ନ ବ୍ୟବହାର କରାଯାଇଛି। ଏହାକୁ ବରଦାସ୍ତ କରାଯିବନି। ଏହି ଯୋଜନା ପାଇଁ ଜନ ପ୍ରତିନିଧିଙ୍କ ଠାରୁ ପ୍ରସ୍ତାବ ନିଆଯାଉନି।

ଏଣେ ବିଜେପିର ଅଭିଯୋଗ ଉପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଶଙ୍ଖ ପବିତ୍ରତାର ପ୍ରତୀକ। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଧ୍ୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଲୋକଙ୍କ ପାଖରୁ ଅନୁରୋଧ ଆସିବା ପରେ ଆର୍ଥିକ ବ୍ୟବସ୍ଥା କରାଯାଉଛି। ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାମ ସରିବ। ବିଜେପି ଆପତ୍ତି କରିବାରେ କିଛି ସମସ୍ୟା ନାହିଁ। ଶଙ୍ଖ ପବିତ୍ରତାର ପ୍ରତୀକ। କେନ୍ଦ୍ରର ଜନଔଷଧି ନାମ କାହିଁକି ରଖା ଯାଇଛି? କେନ୍ଦ୍ରର ଜନଔଷଧି କାର୍ଯ୍ୟକ୍ରମକୁ ବିଜେପି ନାରେ ନାମିତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଶଙ୍ଖ ଚିହ୍ନକୁ ନେଇ କୌଣସି ବ୍ରାଣ୍ଡିଙ୍ଗ କରାଯାଉନି। ବିଜେଡି ଲୋକଙ୍କ ପାଖକୁ ଯାଉଛି। ସେମାନେ ଲୋକଙ୍କ ପାଖକୁ ଯାଇ ପାରିନାହାନ୍ତି, ଅଦାଲତକୁ ଯିବେ ବୋଲି କହି କଟାକ୍ଷ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ।

ad-week
Leave A Reply

Your email address will not be published.