ଅନଲାଇନରେ ଗେମ ‌ଖେଳି ରାତାରାତି କୋଟିପତି ହେଲେ ସବ-ଇନ୍ସପେକ୍ଟର…

add-all

reer

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ପୁଲିସ ସବ-ଇନ୍ସପେକ୍ଟର ରାତାରାତି କୋଟିପତି ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଇନ୍ସପେକ୍ଟର ଜଣକ ଅନଲାଇନ ଗେମ ଡ୍ରିମ ‌ଇ‌ଲେଭେନ ମାଧ୍ୟମରେ ୧.୫କୋଟି ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି।

ସବ-ଇନ୍ସପେକ୍ଟର ଜଣକ ଫେଣ୍ଟାସି କ୍ରିକେଟ ଆପରେ ଗତ ତିନିମାସ ହେବ ଏକ ଟିମ ଗଠନ କରି ଖେଳ ଖେଳୁଥିଲେ। ଏଭଳି ସମୟରେ ସବ-ଇନ୍ସପେକ୍ଟର ଭାଗ୍ୟ ଖୋଲି ଯାଇଥିଲା ସେ ଗଠନ କରିଥିବା ଦଳ ପ୍ରଥମସ୍ଥାନ ଅଧିକାର କରିଥିଲା।

ସୂଚନାଯୋଗ୍ୟ, ଦେଢ଼କୋଟି ଟଙ୍କ‌ାର ପୁରସ୍କାର ରାଶି ଜିତିଥିବା ସବ-ଇନ୍ସପେକ୍ଟରଙ୍କ ନାମ ସୋମନାଥ ଝୋଣ୍ଡେ। ସୋମନାଥ ପିନପରି-ଚିଞ୍ଚବଡ଼ ପୁଲିସ କମିଶନରେଟରେ କାମ କରୁଛନ୍ତି। ସୋମନ‌ାଥ ଅନଲାଇନ ଗେମ ଡ୍ରିମ-୧୧ରେ ୧.୫ କୋଟି ଟଙ୍କା ଜିତିବା ପରେ ତାଙ୍କ ପରିବାର ପ୍ରତ୍ୟେକ ସଦସ୍ୟ ଖୁସି ହୋଇଯାଇଛନ୍ତି। ଏଭଳି ବିଜୟ ସୋମନାଥ କି ତାଙ୍କ ପରିବାର କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ।

ସୋମନାଥ କହିଛନ୍ତି, ‘ଭାଗ୍ୟ ଭଲ ଥିଲା ବୋଲି ମୁଁ ଏହି ଗେମ ଜିତି ଯାଇଛି। କିନ୍ତୁ ମୋର ଆପଣମାନଙ୍କୁ ଅନୁରୋଧ ଅନଲାଇନରେ କୌଣସି ଗେମ ଖେଳୁଥିବା ବେଳେ ସାବଧାନତାର ସହ ଖେଳନ୍ତୁ। ନଚେତ ଅସୁବିଧାରେ ପଡ଼ିବାର ଅନେକ ସମ୍ଭାବନା ରହିଛି। ମୁଁ ଏହି ଗେମ କୌଣସି ଅର୍ଥ ରାଶି ଜିତିବି ବୋଲି ଆଶା ରଖି ଖେଳି ନଥିଲି। ବାସ ଅନଲାଇନ ଗେମ ପ୍ରତି ଦୁର୍ବଳତା ଥିବାରୁ ସମୟ ପାଇଲେ ଖେଳି ଦେଇଥାଏ। ଖେଳୁଖେଳୁ ମୁଁ ଏତେ ପରିମାଣର ପୁରସ୍କାର ରାଶି ପାଇଯିବି ବୋଲି କେବେ କଳ୍ପନା ବି କରି ନଥିଲି।

ad-week
Leave A Reply

Your email address will not be published.