ସିକ୍କିମ ବନ୍ୟାରୁ ଜୀବନ ବଞ୍ଚାଇ ଓଡିଶା ଫେରିଲେ ୪ ଓଡ଼ିଆ…

add-all

fl

ଆନନ୍ଦପୁର: ରଖିବ ହରି ତ ମାରିବ କିଏ । ଭଗବାନ ଯାହାର ଜୀବନ ରଖିବେ ତା ଜୀବନ ବା କିଏ ନବ? ଯେତେ ବଡ ପ୍ରଳୟ ଆସୁ ପଛେ । ଠିକ୍ ଏମିତି କିଛି ଘଟିଛି ୪ ଓଡିଆଙ୍କ କ୍ଷେତ୍ରରେ । କିଛି ଦିନ ତଳେ ସିକ୍କିମରେ ସୃଷ୍ଟି ହୋଇଥିବା ବନ୍ୟା ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଘରେ ପହଞ୍ଚିବା ପରେ ବଖାଣିଲେ ଲୋମଟାଙ୍କୁରା କାହାଣୀ ।

ବାଦଲଫଟା ବର୍ଷା ଯୋଗୁଁ ଗ୍ଲାସିୟର ନଦୀବନ୍ଧ ଫାଟିଯାଇ ତିସ୍ତା ନଦୀରେ ଅଚାନକ ପ୍ରଳୟଙ୍କାରୀ ବନ୍ୟା ଆସିଥିବା ବେଳେ ତାର କିଛି ଘଣ୍ଟା ପୂର୍ବରୁ ସେହି ଡ୍ୟାମ ଦେଇ ଅତିକ୍ରମ କରିଥିଲେ ସିକ୍କିମ ବୁଲି ଯାଇଥିବା ଆନନ୍ଦପୁର ଲୁଣହାର ଗାଁର ଜୟସୂରିୟା ନାୟକ ତାଙ୍କ ପତ୍ନୀ ଓ ଅନ୍ୟ ଦୁଇ ମହିଳା ସାଙ୍ଗ। ସେଠାରୁ ଫେରିବା ପରେ ବନ୍ୟା ବିପର୍ଯ୍ୟୟର ଲୋମଟାଙ୍କୁରା ଦୃଶ୍ୟ ବର୍ଣ୍ଣନା କରିଛନ୍ତି ଜୟସୂରିୟା।

ଘସିପୁରା ବ୍ଲକ୍ ତରୁଆଁ ପଞ୍ଚାୟତ ଲୁଣହାର ଗ୍ରାମର ଜୟସୂରିଆ ନାୟକ, ତାଙ୍କ ପତ୍ନୀ ଶୁଭଶ୍ରୀ ସାମଲ ଏବଂ ତାଙ୍କ ପତ୍ନୀଙ୍କ ବନ୍ଧୁ ଆନନ୍ଦପୁରର ସୋନାଲି ସିଂହ, ଓ ଯାଜପୁରରୋଡର ଆୟେଶା ବୋଇତେଇ ସିକ୍କିମର ଗ୍ୟାଙ୍ଗଟକ୍ ବୁଲିବାକୁ ଯାଇଥିଲେ । ଗତ ୧ତାରିଖ ସକାଳେ ସେଠାରେ ସେମାନେ ପହଞ୍ଚିଥିଲେ । ତାପରଦିନ ୧୬ହଜାର ଫୁଟ୍ ଉପରେ ଥିବା ଜିରୋ ପଏଣ୍ଟ ବୁଲିବା ପାଇଁ ଏକ ଗାଡ଼ିରେ ଯାଇ ଫେରିବା ବାଟରେ ଅତ୍ୟଧିକ ବର୍ଷା ଯୋଗୁ ଯାତ୍ରା ବିଳମ୍ବ ହୋଇଥିଲା ।

ତେବେ ୩ ତାରିଖ ରାତି ପ୍ରାୟ ୮ ଟାବେଳେ ସେମାନେ ଗ୍ଲାସିୟର ହ୍ରଦର ସେହି ଚର୍ଚ୍ଚିତ ବନ୍ଧଦେଇ ଗାଡ଼ିରେ ଫେରିଥିଲେ। ସେହି ସମୟରେ ସେଠାରେ ସାମରିକ ବାହିନୀ ପାଟ୍ରୋଲିଂକୁ କଡ଼ାକଡ଼ି କରିଥିଲା। ଯାହାକୁ ନେଇ ପ୍ରାୟ ରାତି ଗୋଟାଏ ବେଳେ ଏହି ବନ୍ଧ ଅଚାନକ ଭାଙ୍ଗିଯିବାରୁ ୨୩ଜଣ ଯବାନଙ୍କ ସମେତ ଅନେକ ଲୋକ ଭାସିଯାଇ ମୃତ୍ୟୁ ବରଣ କରିଥିଲେ। ତେବେ ଯାହା ହେଉ ବହୁ ଘାତ ପ୍ରତିଘାତ ଦେଇ ଶେଷରେ ନିଜ ଘରକୁ ଫେରିଛନ୍ତି ଏମାନେ । ଭଗବାନଙ୍କ ଧନ୍ୟବାଦ ଜଣାଇବା ସହିତ ନିଜକୁ ଭାଗ୍ୟବାନ ମନେକରିଛନ୍ତି ।

ad-week
Leave A Reply

Your email address will not be published.