ବିମାନରେ ଯାତ୍ରାବେଳେ ମାଲାୟାଲାମ ଅଭିନେତ୍ରୀଙ୍କ ସହ ହେଲା ଅସଦାଚରଣ…

add-all

asa

କୋଚି: ଜଣେ ମାଲାୟାଲାମ ଫିଲ୍ମ ଅଭିନେତ୍ରୀ କୋଚି ଯାଉଥିବାବେଳେ ତାଙ୍କ ସହ ଅସଦାଚରଣ ହୋଇଥିବାର ଅଭିଯୋଗ କରିଛନ୍ତି | ଅଭିନେତ୍ରୀଜଣକ ଏୟାର ଇଣ୍ଡିଆ ବିମାନରେ ଯାଉଥିବାବେଳେ ଜଣେ ପୁରୁଷ ଯାତ୍ରୀ ତାଙ୍କୁ ଉତ୍ପୀଡ଼ନ କରିଥିବାର ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ ସୂଚନା ମୁତାବକ ମଙ୍ଗଳବାର ଦିନ ମୁମ୍ବାଇରୁ ବିମାନ ଉଡ଼ାଣ ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଆଉ ଏହାପରେ ଅଭିନେତ୍ରୀଜଣକ ଘଟଣା ବାବଦରେ ସବିଶେଷ ଭାବରେ ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି | ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିମାନର କର୍ମଚାରୀମାନେ ତାଙ୍କୁ ସହଯୋଗ କରିନଥିଲେ | ଅଭିନେତ୍ରୀ ଜଣକ କହିଛନ୍ତି ଯେ ସେ ଏୟାର ହୋଷ୍ଟେସଙ୍କୁ ଏବାବଦରେ ଜଣାଇଥିଲେ ବି ସେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ତାଙ୍କ ସିଟ ବଦଳାଇଦେଇଥିଲେ | ସେ ତାଙ୍କ ଇନଷ୍ଟାଗ୍ରାମରେ ଇମେଲ ମାଧ୍ୟମରେ ସ୍ଥାନୀୟ ପୁଲିସକୁ ପଠାଇଥିବା ଅଭିଯୋଗ ମଧ୍ୟ ପୋଷ୍ଟ କରିଥିଲେ।

ସେ କହିଛନ୍ତି ଯେ ଜଣେ ଯାତ୍ରୀ ନିଶାରେ ଚୁର ହୋଇ ତାଙ୍କ ସିଟକୁ ନେଇ ତୀବ୍ର ଯୁକ୍ତିତର୍କ କରିଥିଲେ। ସେ ତାଙ୍କୁ ଅସଦାଚରଣ କରିଥିଲେ | ଏବାବଦରେ ସେ ବିମାନରେ ଏୟାର ହୋଷ୍ଟେସଙ୍କୁ ତୁରନ୍ତ ଜଣାଇଥିଲେ ବୋଲି ମହିଳା ଜଣକ କହିଛନ୍ତି। କିନ୍ତୁ ଏୟାର ହୋଷ୍ଟେସ କାର୍ଯ୍ୟାନୁଷ୍ଠାନ କଣ ନେବେ ବରଂ ଅଭିନେତ୍ରୀଙ୍କ ସିଟ ବଦଳାଇଦେଇଥିଲେ | ଅଭିନେତ୍ରୀ କହିଛନ୍ତି ଯେ ଅସଦାଚରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ବିମାନ କର୍ମଚାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ | ଏହି ସମୟରେ, ନେଡୁମ୍ବାସେରୀ ପୁଲିସ ବୁଧବାର ଦିନ କହିଛି ଯେ ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ। ଏପର୍ଯ୍ୟନ୍ତ କୌଣସି ମାମଲା ପଞ୍ଜୀକୃତ ହୋଇ ନାହିଁ ।

ad-week
Leave A Reply

Your email address will not be published.