ରାଜ ଠାକରେଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ନେତା…

Independence

sfrw

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେ ଟୋଲ ଟ୍ୟାକ୍ସକୁ ରାଜ୍ୟର ସବୁଠୁ ବଡ ‘ସ୍କାମ’ ବୋଲି କହିବା ସହ ଟୋଲ ଟ୍ୟାକ୍ସ ବ୍ୟବସ୍ଥା ନ ଉଠାଇଲେ ସେ ‘ଟୋଲ ବୁଥ ପୋଡି ଦେବେ’ ବୋଲି ଧମକ ଦେଇଥିଲେ । ଆଉ ରାଜ ଠାକରେ ଚେତାବନୀ ଦେବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ବିଜୟ ୱାଡେଟିୱାର ତାଙ୍କ ସମର୍ଥନ ଦେଇଛନ୍ତି। ଠାକରେ ଅଭିଯୋଗ କରିଥିଲେ ଯେ ମହାରାଷ୍ଟ୍ରରେ ଟୋଲ ସଂଗ୍ରହ ରାଜ୍ୟ ଇତିହାସରେ ସବୁଠାରୁ ବଡ ଘୋଟାଲା। ସେ ଦାବି କରିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ରାଜନୈତିକ ଦଳ କ୍ଷମତାକୁ ଆସିଥିଲେ ବି ସେମାନଙ୍କ ମଧ୍ୟରୁ କେହି ମହାରାଷ୍ଟ୍ରକୁ ଟୋଲ୍ ଫ୍ରି କରିବା ପାଇଁ ଚେଷ୍ଟା କରିନାହାନ୍ତି | କାରଣ ଟୋଲ୍ ବୁଥ୍ ବହୁ ରାଜନେତାଙ୍କ ପାଇଁ ଜୀବିକାର ମାଧ୍ୟମ ।

ମହାରାଷ୍ଟ୍ର ନବନିର୍ମାନ ସେନା ସଭାପତି ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ ଛୋଟ ଗାଡିରୁ ଟୋଲ ଟ୍ୟାକ୍ସ ସଂଗ୍ରହ ବନ୍ଦ ନ କଲେ ତାଙ୍କ ଦଳର କର୍ମୀମାନେ ରାଜ୍ୟରେ ଟୋଲ ବୁଥରେ ନିଆଁ ଲଗାଇବେ। ଆଉ ଏବେ କଂଗ୍ରେସ ନେତା ବିଜୟ ୱାଡେଟିୱାର କହିଛନ୍ତି ଯେ ଏମଏନଏସ ମୁଖ୍ୟ ଦେଇଥିବା ଚେତାବନୀକୁ ସେ ସମର୍ଥନ କରୁଛନ୍ତି | ଟୋଲ ବୁଥରେ ସଂଗୃହିତ ରାଶିର କଣ ହେଉଛି ତାହା ମଧ୍ୟ ଆମେ ଜାଣିବାକୁ ଚାହିଁବୁ | ଉଲ୍ଲେଖ ଥାଉ କି ରାଜ ଠାକରେ କହିଥିଲେ ଯେ, ‘ଆମେ ରୋଡ଼ ଟ୍ୟାକ୍ସ ଯଦି ଦେଉଛୁ, ତା’ହେଲେ ଆମେ କାହିଁକି ଟୋଲ ଟ୍ୟାକ୍ସ ମଧ୍ୟ ଦେବା? ଏହି ଟୋଲ୍ ବୁଥରୁ ସଂଗୃହିତ ବିପୁଳ ଟୋଲ୍ ରାଜସ୍ୱ ପ୍ରକୃତରେ କୁଆଡେ ଯାଉଛି? ଏହା ସତ୍ତ୍ୱେ ସଡ଼କ ଏବଂ ରାଜପଥଗୁଡ଼ିକର ଅବସ୍ଥା ସୁଧୁରୁନାହିଁ |

ad-week
Leave A Reply

Your email address will not be published.