ତୁଷାର ଆବୃତ ପର୍ବତମାଳାରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ…

add-all

pm-modi-1024x604

ନୈନିତାଲ୍‌: ଆଜି ଉତ୍ତରାଖଣ୍ଡରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁ‌ଷାର ଆବୃତ ପର୍ବତମାଳା ପରିବେଷ୍ଟିତ ପିଥୌରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦିନିକିଆ ଗସ୍ତରେ କୁମାଉଁ ଅଞ୍ଚଳକୁ ଯାଇଛନ୍ତି। ଗସ୍ତ ସମୟରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସହିତ ପ୍ରଧାନମନ୍ତ୍ରୀ ଆଜି ଗୁଞ୍ଜି ଗାଁ ଗସ୍ତରେ ଯିବେ।
ଘଟଣାସ୍ଥଳରୁ ଉଠିଥିବା ଦୃଶ୍ୟରେ ଦେଖାଯାଉଛି ତୁଷାର ଆବୃତ ପର୍ବତ ବେଢ଼ିଥିବା ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀ ପୂଜାର୍ଚ୍ଚନା କରୁଛନ୍ତି।
ସେଠାରୁ ଉତ୍ତୋଳନ କରାଯାଇଥିବା ‌ଫଟୋ ସେୟାର୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଉତ୍ତରାଖଣ୍ଡସ୍ଥିତ ପିଥୌରାଗଡ଼ର ପବିତ୍ର ପାର୍ବତୀ କୁଣ୍ଡ ଦର୍ଶନ ଓ ପୂଜନ କରି ଅଭିଭୂତ ହୋଇପଡ଼ିଲି। ଏଠାରୁ ଆଦି କୈଳାସ ଦର୍ଶନ କରି ମନ ମୁଗ୍ଧ ହୋଇ ଗଲା। ପ୍ରକୃତି କୋଳରେ ଥିବା ଅଧ୍ୟାତ୍ମ ଓ ସଂସ୍କୃତିର ଏଇ ପୀଠରେ ଆମ ଦେଶର ସବୁ ପରିବାରବର୍ଗଙ୍କ ସୁଖମୟ ଜୀବନ କାମନା କରୁଛି।
‘ଏକ୍ସ୍‌’ କରିଥିବା ଏକ ପୋଷ୍ଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେବଭୂମୀ ଉତ୍ତରାଖଣ୍ଡର ପ୍ରତ୍ୟେକ ଜନତାର ମଙ୍ଗଳ ଓ ରାଜ୍ୟର ଦ୍ରୁତ ବିକାଶ ନିମନ୍ତେ ଆମ ସରକାର ପ୍ରତିବଦ୍ଧ। ଏହାକୁ ଅଧିକ ତ୍ବରାନ୍ବିତ କରିବା ଲାଗି ପିଥୌରାଗଡ଼ରେ ମୁଁ କେ‌ତୋଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବି।

ad-week
Leave A Reply

Your email address will not be published.