ଇସ୍ରାଏଲ୍‌କୁ କହିଲେ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି…

Independence

pi

ନୂଆଦିଲ୍ଲୀ: ହମାସ୍‌କୁ ବିଲୁପ୍ତ କରି ଗାଜାକୁ ବିଶ୍ବର ବୃହତ୍ତମ ମଶାଣିରେ ପରିଣତ କରିଦିଅ ବୋଲି ନିଷ୍ଠୁର କଥା ପାଇଁ ସୁପରିଚିତ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡ୍ୟୁଟେର୍ଟ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ପ୍ରସ୍ତାବ ଦେଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି
ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ଏସ୍‌ଏମ୍‌ଏନ୍‌ଆଇ’କୁ ଡ୍ୟୁଟେର୍ଟ କହିଛନ୍ତି ଯେ, ସେ ଯଦି ନେତାନ୍ୟାହୁ ହୋଇଥାଆନ୍ତେ ଆତ୍ମଗୋପନସ୍ଥଳୀକୁ ମାଟିରେ ମିଶାଇ ହମାସକୁ ନିଶ୍ଚିହ୍ନ କରି ଦେଇଥାଆନ୍ତେ।
୬ ବର୍ଷିଆ କାର୍ଯ୍ୟକାଳ ଶେଷ କରି ୨୦୨୨ରେ ରାଜନୀତିରୁ ବିଦାୟ ନେଇଥିବା ଡ୍ୟୁ‌ଟେର୍ଟ କହିଛନ୍ତି, ମୁଁ ହମାସ୍‌କୁ ନିଃଶେଷ କରିଦେବି। ସେଠାରୁ ବାହାରି ଆସିବାକୁ ମୁଁ ସେମାନଙ୍କୁ ୪୮ ଘଣ୍ଟା ସମୟ ଦେବି। ଯଦି ନ ଆସନ୍ତି, ମୁଁ ସ‌େ ସ୍ଥାନକୁ ମାଟିରେ ମିଶାଇ ଦେବି। ଲଢ଼େଇ କରିବାକୁ ଆଉ ଗାଜା ନ ଥିବ।
ସେ ଗାଜାକୁ ଧ୍ବଂସ କରି ବିଶ୍ବର ବୃହତ୍ତମ ମଶାଣିରେ ପରିଣତ କରିଦେବେ ବୋଲି କହି ସାଧାରଣ ନାଗରିକମାନଙ୍କୁ ସେଠାରୁ ଚାଲିଯିବାକୁ ଅନୁରୋଧ କରିଛନ୍ତି।
ଡ୍ୟୁ‌ଟେର୍ଟ ଏହି ଯୁଦ୍ଧକୁ ନେତାନ୍ୟାହୁଙ୍କ ଦେଶ ଇସ୍ରାଏଲ୍‌ ଏବଂ ଇରାନ୍‌ ଓ ଉଗ୍ରପନ୍ଥୀ ଆରବ ରାଷ୍ଟ୍ରମାନଙ୍କ ମଧ୍ୟରେ ଚାଲିଥିବା ପରୋକ୍ଷ ଯୁଦ୍ଧ ବୋଲି କହିଛନ୍ତି।
ରୋଜଗାର ଆଶାରେ ଇସ୍ରାଏଲ୍‌ରେ କାମ କରୁଥିବା ଫିଲିପ୍ପିନ୍‌ସ୍‌ର ଅନେକ ଲୋକ ଏହି ଯୁଦ୍ଧରେ ମୃତାହତ ହୋଇଛନ୍ତି କହି ସେ ଶୋକବ୍ୟକ୍ତ କରିଛନ୍ତି।

ad-week
Leave A Reply

Your email address will not be published.