ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କୁ ହତ୍ୟା ଧମକ…

Independence

Untitled-1-251

ଗୁଆହାଟୀ,୧୨।୧୦: ଆସାମର କାମରୂପ ଆଗ୍ୟାଥୁରୀ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ପୋଷ୍ଟର ଲଗାଯାଇଛି। ଏଥିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। କିଏ ଏହି ଅଞ୍ଚଳରେ ପୋଷ୍ଟର ରଖିଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବରପାଇ ଦାଦ୍ରା ପୋଲିସ ଉକ୍ତ ଅଞ୍ଚଳରେ ପହଞ୍ଚି ପୋଷ୍ଟର ହଟାଇ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଆସାମ ଭାଷାରେ ଲିଖିତ ପୋଷ୍ଟରଗୁଡ଼ିକରେ ଲେଖାଯାଇଛି ଯେ, ହିମନ୍ତ ବିଶ୍ୱ ଶର୍ମା, ତୁମର କାର୍ଯ୍ୟ ଆସାମ ପାଇଁ କ୍ଷତିକାରକ ଏବଂ ତୁମେ ତୁରନ୍ତ ଏହିପରି ସମସ୍ତ କାର୍ଯ୍ୟକୁ ବନ୍ଦ କରିବା ଉଚିତ୍‌ ନଚେତ୍‌ ଆମେ ତୁମକୁ ଉଡ଼ାଇ ଦେବୁ।

ad-week
Leave A Reply

Your email address will not be published.