ଫ୍ଲାଟ୍‌ରେ ରାତି ଅଧରେ ହେଲା ଚଢ଼ାଉ, ମିଳିଲା ୨୧ ପେଟି ଟଙ୍କା…

add-all

tanka

ରାତି ଅଧରେ ଚାଲିଥିଲା ଆଇଟି ରେଡ । ଆଉ ରେଡ କରୁ କରୁ ଯାହା ଦେଖିଲେ ଅଧିକାରୀଙ୍କ ଆଖି ଖୋସି ହୋଇଗଲା। ଗୋଟିଏ ଫ୍ଲାଟରୁ ଏକ କି ଦୁଇ ନୁହେଁ, ମିଳିଲା ୨୧ ପେଟି ଭର୍ତ୍ତି ଟଙ୍କା। ଆୟକର ବିଭାଗ ପକ୍ଷରୁ ଉକ୍ତ ଟଙ୍କା ଜବତ କରି ନିଆଯାଇଛି।

ଏହି ଫ୍ଲାଟ ବାଙ୍ଗାଲୁରୁର କଂଗ୍ରେସ ନେତା ପୂର୍ବ ପାର୍ଷଦ ଅଶ୍ୱଥମ୍ମାଙ୍କର ଜଣେ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି। ଆୟକର ବିଭାଗ ପକ୍ଷରୁ ପୂର୍ବ ପାର୍ଷଦଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ବି ଗତକାଲି ଚଢ଼ାଉ କରାଯାଇଥିଲା। ଆରଟି ନଗରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ବେଳେ ସେଠାରୁ ୨୧ ପେଟି ଭର୍ତ୍ତି ଟଙ୍କା ମିଳିଛି। ଏହି ଟଙ୍କାର ପ୍ରକୃତ ପରିମାଣ କେତେ ଜଣା ଯାଇ ନ ଥିବା ବେଳେ ଆୟକର ବିଭାଗ ପକ୍ଷରୁ ତାହାକୁ ଜବତ କରାଯାଇଛି।

ଏନେଇ କଂଗ୍ରେସ ନେତାଙ୍କ ମତାମତ ମିଳି ପାରି ନାହିଁ। ତେବେ ଏତେ ଟଙ୍କା କାହାର କେଉଁଠି ଆସିଲା ତାହା ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ । ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.