ପିଲାକୁ ପାଣି ଦେଇ ‘ବିସ୍‌ମିଲ୍ଲା’ କହ ବୋଲି କହିଲେ ରାଇଫଲ୍‌ଧାରୀ ହମାସ୍‌ ଆତଙ୍କବାଦୀ…

add-all

pram

ନୂଆଦିଲ୍ଲୀ: ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିଥିବା ହମାସ୍‌ ଆତଙ୍କବାଦୀମାନେ ଶିଶୁମାନଙ୍କର କିଭଳି ଭଲ ଦେଖାଶୁଣା କରୁଛନ୍ତି ତା’ର ଗୋଟାଏ ପ୍ରଚାର ଭିଡିଓ ସେମାନେ ‌‘ଟେଲିଗ୍ରାମ୍‌’ ଚାନେଲ୍‌ରେ ରିଲିଜ୍‌ କରିଛନ୍ତି।
ଭିଡିଓରେ ଦେଖାଯାଉଛି ‘ପ୍ରାମ୍‌’ରେ (କଅଁଳାପିଲାଙ୍କୁ ନେବା ପାଇଁ ଠେଲାଗାଡ଼ି) ଗୋଟାଏ ଟିକି ପିଲା ଅଛି। ତା’ଛଡ଼ା, ସେଠାରେ ୪ରୁ ୬ ବର୍ଷ ବୟସ୍କ ଆଉ କେତେଜଣ ପିଲା ଅଛନ୍ତି। କାନ୍ଦୁଥିବା ସେ ପିଲାକୁ ତୁନି କରାଇବା ପାଇଁ କେତେ ଜଣ ଲୋକ ‘ପ୍ରାମ୍‌’କୁ ଠେଲାପେଲା କରୁଛନ୍ତି।
ପୁଣି ଦେଖାଯାଉଛି, ସୈନିକ ପୋଷାକ ପିନ୍ଧି ଜଣେ ବ୍ୟକ୍ତି ଛାତିରେ ଓହଳାଇଥିବା ‘ଏକେ’ ସରିଜ୍‌ ରାଇଫଲ୍‌ ଉପରେ ଗୋଟାଏ ଟିକିପିଲାକୁ ଶୁଆଇ ରଖିଛନ୍ତି।
ଭିଡିଓର ଶେଷ ଆଡ଼କୁ ଦେଖାଯାଉଛି, ଜଣେ ହମାସ୍‌ ସଦସ୍ୟ ଗୋଟାଏ ପିଲାକୁ କପେ ପାଣି ଦେଇ କହୁଛନ୍ତି, କହ ‘ବିସ୍‌ମିଲ୍ଲା’। ପିଲାଟି ତାହା କହି ପାଣି ପିଉଛି। ଭିଡିଓ ଆରମ୍ଭରେ ଦେଖାଯାଉଛି ଯେ, ସେହି ପିଲାଟି ଟେବୁଲ୍‌ ଉପରେ ବସି କାନ୍ଦୁଛି। ଜଣେ ହମାସ୍‌ ସଦସ୍ୟ ତା’ ରକ୍ତରଞ୍ଜିତ ଗୋଡ଼ରେ ‘ବ୍ୟାଣ୍ଡେଜ୍‌’ ଗୁଡ଼ାଉଛନ୍ତି।
‘ଏକ୍ସ୍‌’ରେ ଏହି ଭିଡିଓ ସେୟାର୍‌ କରି ଇସ୍ରାଏଲ୍‌ର ପ୍ରତିରକ୍ଷା ବଳ ଲେଖିଛି: ସେମାନଙ୍କର ଆଘାତ ଦେଖିପାରୁଥିବେ। ସେମାନଙ୍କର କ୍ରନ୍ଦନ ଶୁଣିପାରୁଥିବେ। ହମାସ୍‌ ଆତଙ୍କବାଦୀଙ୍କଦ୍ବାରା ନିଜ ଘରେ ପଣବନ୍ଦୀ ଥିବା ଏହି ପିଲାମାନେ ଭୟରେ ଶିହରି ଯାଉଥିବା ଅନୁଭବ କରିପାରୁଥିବେ। ଏବଂ ପାଖ କୋଠରିରେ ତାଙ୍କ ବାପାମାଆମାନେ ମରି ପଡ଼ିଛନ୍ତି। ଆମେ ଏହି ଆତଙ୍କବାଦୀମାନଙ୍କୁ ପରାହତ କରିବୁ।

ad-week
Leave A Reply

Your email address will not be published.