ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ହାଇଆଲର୍ଟ…

youtube

dggdagdagda-1-750x430

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ତେଜୁଥିବା ବେଳେ ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ଆଜି ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀରେ ସମ୍ଭାବ୍ୟ ହିଂସା ହେବା ସଂକ୍ରାନ୍ତରେ ସୁରକ୍ଷା ସଂସ୍ଥା ପକ୍ଷରୁ ସୂଚନା ପାଇବାପରେ ଦିଲ୍ଲୀ ପୁଲିସ ସୁରକ୍ଷା କଡ଼ାକଡ଼ି କରିଛି। ଶୁକ୍ରବାର ପ୍ରାର୍ଥନା ପୂର୍ବରୁ ଆଜି ଦିଲ୍ଲୀ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ଏବଂ ଇହୁଦୀ ଧାର୍ମିକ ପ୍ରତିଷ୍ଠାନ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସୂଚନାନୁଯାୟୀ, ସୁରକ୍ଷା ସଂସ୍ଥା ପକ୍ଷରୁ ଏନେଇ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଯାଇଛି। ବିଭିନ୍ନ ରାଜ୍ୟରେ ରହୁଥିବା ଇସ୍ରାଏଲୀ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ କୁହାଯାଇଛି।
ମହାରାଷ୍ଟ୍ର, ହିମାଚଳପ୍ରଦେଶ ଏବଂ ଗୋଆରେ ରହୁଥିବା ଇସ୍ରାଏଲୀ କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି। ଇସ୍ରାଏଲରେ ହିଂସା ବଢ଼ୁଥିବାବେଳେ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ପାଲେଷ୍ଟାଇନ ସମର୍ଥିତ ଆନ୍ଦୋଳନ ଏବଂ ଇହୁଦୀଙ୍କୁ ଟାର୍ଗେଟ୍‌ ଏବେ ଚିନ୍ତା ବଢ଼ାଇଛି। ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ରାଷ୍ଟ୍ରମାନେ ସୁରକ୍ଷା କଡ଼ାକଡ଼ି କରିଥିବାବେଳେ ଭାରତ ଏଭଳି ପଦକ୍ଷେପ ଗ୍ରହଣ କରିଛି।

Leave A Reply

Your email address will not be published.