ବ୍ଲଡ କ୍ୟାନସର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଭାରତର ପ୍ରଥମ ସ୍ବଦେଶୀ ସିଏଆର-ଟି ଥେରାପିକୁ ମିଳିଲା ମଞ୍ଜୁରୀ

add-all

2-105

ନୂଆଦିଲ୍ଲୀ  : ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସକୋ) ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତର ପ୍ରଥମ ସ୍ବଦେଶୀ କାଇମେରିକ ଆଣ୍ଟିଜେନ ରିସେପ୍ଟର (CAR -T) ସେଲ ଥେରାପି ଆରମ୍ଭ କରିବାକୁ ଯାଉଛି। ଏହି ଚିକିତ୍ସା ଗମ୍ଭୀର ଲିମ୍ଫୋସାଇଟିକ ଲ୍ୟୁକେମିଆ ଏବଂ ବି-ସେଲ ଲିମ୍ଫୋମା ପରି କ୍ୟାନସର ରୋଗର ଚିକିତ୍ସାରେ ବ୍ୟବହୃତ ହେବ।

ଏହି ଥେରାପିରେ କ୍ୟାନସର ରୋଗୀଙ୍କଠାରୁ ଶ୍ୱେତରକ୍ତ କଣିକା ସହିତ ଟି କୋଷିକା ବାହାର କରାଯାଇଥାଏ। ଏହା ପରେ, ସେଗୁଡିକୁ ଲାବୋରେଟୋରୀକୁ ଅଣାଯାଇ ଟି କୋଷିକା ଏବଂ ଶ୍ୱେତରକ୍ତ କଣିକାକୁ ଅଲଗା କରାଯାଇଥାଏ। ଏହା ପରେ ଏଗୁଡିକୁ ପୁନର୍ବାର ରୋଗୀ ଶରୀରରେ ପ୍ରବେଶ କରାଯାଇଥାଏ। ଏହି ପ୍ରକ୍ରିୟା କେବଳ ଥରେ କରାଯାଏ। ରୋଗୀର ଶରୀରରେ ପ୍ରବେଶ କରିବା ପରେ, ଟି କୋଷଗୁଡ଼ିକ କ୍ୟାନସର ସହ ଲଢିବା ସହ ଭିତରୁ ସେଗୁଡିକୁ ନଷ୍ଟ କରିଥାନ୍ତି।
ଲ୍ୟୁକେମିଆ (ଶ୍ୱେତରକ୍ତ କଣିକା ଉତ୍ପାଦନ କରୁଥିବା କୋଷରୁ ଉତ୍ପନ୍ନ କ୍ୟାନସର) ଏବଂ ଲିମ୍ଫୋମା (ଲିମ୍ଫାଟିକ ସିଷ୍ଟମରୁ ଉତ୍ପନ୍ନ କ୍ୟାନସର) ପାଇଁ ଏହି ଚିକିତ୍ସା ଅନୁମୋଦିତ।

ଏହି ଥେରାପି ୨୦୧୭ରେ ଆମେରିକାରେ ଅନୁମୋଦିତ ହୋଇଥିଲା ଯେଉଁଠାରେ ଜଣେ ରୋଗୀଙ୍କୁ ପ୍ରାୟ ତିନିରୁ ଚାରି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଏହା ଉପରେ ୨୦୧୮ରେ ପରୀକ୍ଷା କରିବା ଆରମ୍ଭ କରିଥିଲେ। ସ୍ବଦେଶୀ ଉପାୟରେ ହେବାକୁ ଥିବା ଏହି ଚିକିତ୍ସାରେ ଭାରତରେ ପ୍ରାୟ ୩୦ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ତେବେ ସମସ୍ତ କର୍କଟ ରୋଗୀଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା କଷ୍ଟ ହୋଇପାରେ। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ଦିନରେ ଏହି ଥେରାପି କେବଳ ଶସ୍ତା ହେବ ନାହିଁ ବରଂ ଦେଶର ସବୁ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ। ଆଇଆଇଟି ବମ୍ବେ ଏବଂ ଟାଟା ମେମୋରିଆଲ ସେଣ୍ଟର (ଟିଏମସି) ମିଳିତ ଭାବେ ଏହି ସ୍ବଦେଶୀ ଚିକିତ୍ସାକୁ ବିକଶିତ କରିଛନ୍ତି ଯାହା ଦେଶର ଅନେକ ପ୍ରମୁଖ ଡାକ୍ତରଖାନାରେ ଦୁଇଟି ଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇଛି। ଏହି ଚିକିତ୍ସା କ୍ୟାନସର ରୋଗୀଙ୍କ ଉପରେ ୮୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜାଣିବାକୁ ମିଳିଛି।

ad-week
Leave A Reply

Your email address will not be published.