ଆଦାନୀ କଥା କହିବାରୁ ଆପ୍‌ ସାଂସଦଙ୍କ ଉପରେ ବର୍ଷିଲେ କୋର୍ଟ…

add-all

sanja

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ଉପରେ ବର୍ଷିଲେ କୋର୍ଟ। ଆଦାନୀଙ୍କ କଥା ଉଠାଇବାରୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଆପ୍‌ର ଏହି ରାଜ୍ୟସଭା ସାଂସଦଙ୍କୁ ତାଗିଦ କରିଛନ୍ତି।
ପ୍ରକୃତରେ ମନି ଲଣ୍ଡରିଂ ଅଭିଯୋଗରେ ଗତ ୪ ତାରିଖରେ ଇଡି ସଂଜୟ ସିଂହଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରେ ହାଜର ହେବା ପରେ ଏହି ସାଂସଦ ଜଣକ ଇଡି ଠାରୁ ଆରମ୍ଭ କରି ଆଦାନୀ ଯାଏଁ ଅଭିଯୋଗ କରିବା ସହ ପ୍ରଶ୍ନ ଉଠାଇଥିଲେ।
ଏହି ଆପ୍‌ ନେତା କହିଛନ୍ତି, ୮ ଦିନର ହେପାଜତରେ କେବଳ ୨ରୁ ୩ ଘଣ୍ଟା ତାଙ୍କୁ ପ୍ରଶ୍ନ କରାଯାଇଛି। ଇଡି ତାଙ୍କୁ ତଥ୍ୟହୀନ ପ୍ରଶ୍ନ ପଚାରୁଛି। ଯଦି ସେମାନଙ୍କର ଉଦ୍ଦେଶ୍ୟ ଯାଞ୍ଚ କରିବାର ଥାଆନ୍ତା, ତେବେ ସେମାନେ ଏହାକୁ ଗମ୍ଭୀରତାର ସହିତ କରିଥାନ୍ତେ। ଇଡି ଅଫିସ ଏବେ ଏକ ଏଣ୍ଟରଟେନପ୍‌ମେଣ୍ଟ ଡିପାର୍ଟମେଣ୍ଟରେ ପରିଣତ ହୋଇଯାଇଛି। ଆଦାନୀଙ୍କ ଦୁର୍ନୀତି ନେଇ ଆବେଦନ କରିଥିଲି, କିନ୍ତୁ କୌଣସି ଯାଂଚ କରାଗଲା ନାହିଁ।
ସଂଜୟ ସିଂହଙ୍କ ଏ କଥା ଶୁଣି ବିଚାରପତି ଭଡକି ଯାଇଥିଲେ। କେସ୍‌ ସହ ଜଡିତ କିଛି କହିବାର ଥିଲେ କୁହନ୍ତୁ ନଚେତ ଚୁପ୍‌ ରୁହନ୍ତି। ରାଜନୈତିକ ଭାଷଣ ଦେବାକୁ ପାଇଁ ଆପଣଙ୍କୁ ଏଠାରେ ଅନୁମତି ମିଳିବ ନାହିଁ। ଯଦି ଏହା ଆପଣ କରିବାକୁ ଚାହୁଁଛନ୍ତି, ତେବେ ଏଠାକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆପଣଙ୍କ ତଦନ୍ତ କରାଯିବ ବୋଲି ବିଚାରପତି ଏମ୍‌କେ ନାଗପାଲ କହିଥିଲେ। ଆସନ୍ତା ୨୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ad-week
Leave A Reply

Your email address will not be published.