ଭୂମିକମ୍ପରେ ଥରିଲା ରାଜଧାନୀ, ତୀବ୍ରତା ୩.୧ ରେକର୍ଡ…

Independence

ear

ଭୟଙ୍କର ଭୂମିକମ୍ପରେ ଥରିଲା ଦେଶର ରାଜଧାନୀ ଦିଲ୍ଲୀ। ଆଜି ମଧ୍ୟାହ୍ନ ୪ଟା ୮ ମିନିଟ୍‌ରେ ଦିଲ୍ଲୀ ଏନ୍‌ସିଆର୍‌ରେ ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରେକର୍ଡ କରାଯାଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି।

ଦିଲ୍ଲୀ ସମେତ ନଏଡା ଓ ଗାଜିଆବାଦରେ ମଧ୍ୟ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହରିୟାଣର ଅନେକ ଅଞ୍ଚଳ ମଧ୍ୟ ଦୋହଲିଛି। ସୂଚନା ମୁତାବକ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦଠାରୁ ୯ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ଘଟିନଥିବା କୁହାଯାଉଛି।

ଗତ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆର୍‌ରେ ଭୂମିକମ୍ପ ହୋଇଥିଲା। ଏହି ଭୂକମ୍ପର ଝଟ୍‌କା ଏତେ ତୀବ୍ର ଥିଲା ଯେ, ଲୋକେ ଭୟରେ ଘରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ। ଏହାର କେନ୍ଦ୍ର ସ୍ଥଳ ନେପାଳ ଥିବା କୁହାଯାଇଥିଲା। ନେପାଳରେ ଗୋଟିଏ ପରେ ଗୋଟିଏ ୪ଟି କମ୍ପନ ଅନୁଭୂତ ହୋଇଥିଲା।

ପ୍ରଥମ ଝଟ୍‌କା ଅପରାହ୍ନ ୨ଟା ୨୫ ମିନିଟ୍‌ରେ ଆସିଥିଲା, ଏହାର ତୀବ୍ରତା ୪.୬ ଥିଲା। ଏହା ପରେ ଭୂମିକମ୍ପର ଦ୍ୱିତୀୟ ଝଟ୍‌କା ଅପରାହ୍ନ ୨ଟା ୫୧ରେ ଆସିଥିଲା, ଯାହାର ତୀବ୍ରତା ଥିଲା ୬.୨। ଏହାପରେ ମଧ୍ୟାହ୍ନ ୩ଟା ୬ ମିନିଟ୍‌ରେ ୩.୬ ତୀବ୍ରତାର ତୃତୀୟ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ଠିକ୍‌ ୧୩ ମିନିଟ୍ ପରେ ୪ର୍ଥ ଥର ପାଇଁ ଦୋହଲିଥିଲା ନେପାଳ। ରିକ୍ଟର ସେସ୍କଲରେ ଏହି ଭୂମିକମ୍ପର ତୀବ୍ରତା ୩.୧ ରେକର୍ଡ କରାଯାଇଥିଲା।

ad-week
Leave A Reply

Your email address will not be published.