ବାହାନଗା ଦୁର୍ଘଟଣା ପରେ ଏଆଇ ସଂଲଗ୍ନ ଫୋରେନସିକ ପରୀକ୍ଷାଗାର ବସାଇବାକୁ ଏମ୍ସର ଯୋଜନା

add-all

aiims

ଭୁବନେଶ୍ୱର: ରାଜଧାନୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଏକ ହାଇଟେକ୍ ଆଞ୍ଚଳିକ ଫୋରେନସିକ୍ ଲାବୋରେଟୋରି ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ବହୁସଂଖ୍ୟକ ମୃତାହତ ହେଲେ ଶବ ଚିହ୍ନଟ ଓ ସଂରକ୍ଷଣରେ ସହାୟତା କରିବା, ଭୂମିକମ୍ପ, ଏବଂ ଅନ୍ୟାନ୍ୟ ବିପର୍ୟ୍ୟୟର ସମ୍ମୁଖୀନରେ ଅନେକ ସଂଖ୍ୟକ ମୃତ୍ୟୁ ହେଲେ ଏହି ଲାବରେଟୋରି କାମରେ ଲାଗିବ ବୋଲି ଏମ୍ସ ଆଶା ରଖିଛି।

ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହି ପରୀକ୍ଷାଗାରରେ ଏକକାଳୀନ ୧୦୦ରୁ ଊର୍ଦ୍ଧ୍ୱ ମୃତଦେହକୁ ପରିଚାଳନା କରିବା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଉପଲବ୍ଧ ହେବା ସହ ବିଶାଳ ଶୀତଳଭଣ୍ଡାର ୟୁନିଟ୍ ସହିତ ଏକ କ୍ୟାପାସିଅସ ମର୍ଗ, ଭିସେରା ଉତ୍ତୋଳନ ପାଇଁ ଏକ ଲ୍ୟାବ ଏବଂ ଡିଏନ୍ଏ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ଲ୍ୟାବ ରହିବ। ବିପର୍ଯ୍ୟୟ ସମୟରେ ଚିହ୍ନଟଠାରୁ ଅଧିକ କ୍ଷତିଗ୍ରସ୍ତ ଶବ ଚିହ୍ନଟ ପାଇଁ ଏଆଇର ବ୍ୟବହାର କରାଯିବ।

ନିକଟରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଭୁବନେଶ୍ୱର ଏମ୍ସ ପକ୍ଷରୁ ୧୬୨ଟି ଶବକୁ ସଂରକ୍ଷିତ ରଖାଯିବା ସହ ୧୩୪ଟି ଶବକୁ ଡିଏନଏ ପରୀକ୍ଷା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଦାବିଦାର ନ ଥିବାରୁ ୨୮ଟି ଶବ ଚିହ୍ନଟ ହୋଇପାରି ନାହିଁ। ନିକଟରେ ବିଏମସି ପକ୍ଷରୁ ଏହି ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରାଯାଇଛି।

ad-week
Leave A Reply

Your email address will not be published.