ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା…

add-all

dp

ଭୁବନେଶ୍ୱର: ପାର୍ବଣ ଋତୁର ଶୁଭ ଅବସରରେ ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମର ମିଳିତ ସହଯୋଗରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କୋକା-କୋଲାର ସଫଳ ରିଟେଲରଙ୍କୁ ପୁରସ୍କୃତ କରିବା ସହ ନିଜର ଦକ୍ଷତା ଓ ଉଦ୍ୟମିତାର ଉପଯୋଗ କରି ସ୍ୱାବଲମ୍ବୀ ହୋଇଥିବା ମହିଳା ମାନଙ୍କୁ ସମ୍ମାନିତ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶର ଅର୍ଥନୀତିରେ ରିଟେଲରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା। ଖୁଚୁରା ବେପାରୀମାନଙ୍କୁ ଅଧିକ ଦକ୍ଷ କରିବା ସହ ସେମାନେ କିପରି ନିଜ ବ୍ୟବସାୟ ପରିଧିକୁ ବଢାଇପାରିବେ ସେ ଦିଗରେ ତାଲିମ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଖୁଚୁରା ବ୍ୟବସାୟରେ ଅଧିକ ଡିଜିଟାଲ କାରବାର କରାଯାଉଛି। ତେଣୁ ଉପଯୁକ୍ତ ପ୍ରଶିକ୍ଷଣ ରିଟେଲରମାନଙ୍କୁ ଆହୁରି ଦକ୍ଷ କରିବ। ଏହା ଅଧୀନରେ ଓଡ଼ିଶାର ଖୁଚୁରା ବ୍ୟବସାୟୀଙ୍କୁ ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ୧୪ ଘଣ୍ଟାର ଉନ୍ନତମାନର ରିଟେଲ୍ ପ୍ରଶିକ୍ଷଣ ଦିଆଯିବ। ତେବେ ଏହି କାର୍ଯ୍ୟକ୍ରମରେ ଶତାଧିକ ଖୁଚୁରା ବ୍ୟବସାୟୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.