ରାଜ୍ୟ ସାମ୍ବାଦିକ ସଂଘ SUJ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଣତନ୍ତ୍ରରେ ଗଣମାଧ୍ୟମ ମୂଲ୍ୟବୋଧ ଓ କର୍ତ୍ତବ୍ୟ” ଆଲୋଚନା ଚକ୍ର ଅନୁଷ୍ଠିତ…

add-all

ବ୍ରହ୍ମପୁର (୧୫.୧୦.୨୩) ଆଜି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଆଲୋଚନା ର ବିଷୟ ବସ୍ତୁ ରହିଥିଲା, “ଗଣତନ୍ତ୍ରରେ ଗଣମାଧ୍ୟମ ମୂଲ୍ୟବୋଧ ଓ କର୍ତ୍ତବ୍ୟ” ଉପରେ ଆଲୋଚନା ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ବର୍ତ୍ତମାନ ଗଣତନ୍ତ୍ର କୁ ବଞ୍ଚାଇ ରଖିବା ପାଇଁ ସବୁ କ୍ଷେତ୍ରରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ। ଗଣମଧ୍ୟମ ନିଜ କର୍ତ୍ତବ୍ୟ କୁ ସଠିକ ସମ୍ପାଦନା କରିବା ସହିତ ମୂଲ୍ୟବୋଧ କୁ ବୁଝିବା ଆବଶ୍ୟକ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଗଣମାଧ୍ୟମ ସର୍ବଦା ତଥ୍ୟ ଭିତ୍ତିକ ଖବର ପ୍ରସାରଣ ପାଇଁ କହିଥିଲେ। ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ସ୍ୱାର୍ଥ କୁ ତ୍ୟାଗକରି ଗଣମାଧ୍ୟମ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ଆବଶ୍ୟକ ବୋଲି । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ କହିଥିଲେ।ଏହା ସହିତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ର ବହୁ ବୁଦ୍ଧିଜୀବୀ ବିଭିନ୍ନ ସଂଘଠନ ଓ ବହୁ ସାମ୍ବାଦିକ ଆଲୋଚନା ରେ ଭାଗ ନେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଆଲୋଚନା ର ବିଷୟ କୁ ନେଇ ଅତିଥି ମାନେ ପୂର୍ବରୁ ଗଣମାଧ୍ୟମ ର ଭୂମିକା ଓ ବର୍ତ୍ତମାନ ର ଗଣମାଧ୍ୟମର ଭୂମିକା ଗଣତନ୍ତ୍ର ରେ ଏହା ର ମୂଲ୍ୟବୋଧ ଓ କର୍ତ୍ତବ୍ୟ ରେ କିଛି ପରିବର୍ତ୍ତନ ହୋଇ ନାହିଁ କିନ୍ତୁ ସମୟ ସହିତ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ର ଅଧିକ ପ୍ରଚାର ଓ ପ୍ରସାର ବଢିଛି ।କିନ୍ତୁ ଛପା ଓ ବୈଦୁତିକ ଗଣମାଧ୍ୟମ ପ୍ରତି ଆଜି ବି ଲୋକଙ୍କ ବିଶ୍ଵାସ ଭାଜନ ଲୋକଙ୍କ ମଧ୍ୟରେ ରହିଛି ବୋଲି ମତ ପ୍ରକାଶ କରିଛନ୍ତି। ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ ସାମ୍ବାଦିକ ମୂଲ୍ୟ ବୋଧେ ଉପରେ ମତ ରଖିଥିଲେ, ସାମ୍ବାଦିକତା ର ନୈତିକତା ଆଜି ହରାଇ ବସିଲାଣି ଗଣତନ୍ତ୍ର ରାଷ୍ଟ୍ର ରେ ଏକ ସ୍ଵଚ୍ଚ ଓ ନିରପକ୍ଷତ ସାମ୍ବାଦିକତା ଜରୁରୀ ବୋଲି ମତ ଦେଇଥିଲେ l


ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏଭଳି ଆୟୋଜନ କୁ ପ୍ରଶଂସା କରିବା ସହିତ କେବଳ ଯେ ଆଜିର କାର୍ଯ୍ୟକ୍ରମ ଭଳି ଆଗକୁ ଏଭଳି ବହୁ କାର୍ଯ୍ୟ ସମ୍ପାଦନ କଲେ ଗଣତନ୍ତ୍ର ର ପ୍ରକୃତ ମୂଲ୍ୟବୋଧ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଅତିଥି ଏବଂ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ଏହି ଆଲୋଚନା ଚକ୍ର କୁ ରାଜ୍ୟ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଜିତ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ,ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା ପରିଚାଳନା କରିଥିଲେ।ଏଥିରେ ସଂଘ ସିଏଚ. ମନୋଜ ପାତ୍ର, ସୀମାଞ୍ଚଳ ସାହୁ, କୋଷାଦକ୍ଷ ନିଲଞ୍ଚଳ ସାହୁ, ବାବୁଲା ପାଣିଗ୍ରାହୀ, ରୂପକ ମହାନ୍ତି,ଗଦାଧର ଶୁକ୍ଳ, କପିଳ କୁମାର ପାଢୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଉପସଭାପତି ନିରାକାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.